
ବାସୁଦେବପୁର : ବାସୁଦେବପୁର ବ୍ଲକରେ କାର୍ଯ୍ୟରତ କୃଷି ଅଧିକାରିଣୀ ନିହାରିକା ଦଳେଇ ତାଙ୍କ ଭଡ଼ା ଘରେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଆଜି କୃଷି ଅଧିକାରିଣୀ କାର୍ଯ୍ୟାଳୟକୁ ଆସି ନଥିବା ବେଳେ ରହୁଥିବା ଭଡାଘରେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାହା ସନ୍ଧେହ ଘେରରେ ରହିଛି। ତେବେ ପୁଲିସ ପହଞ୍ଚି ଛାନଭିନ କରି ଆତ୍ମହତ୍ୟା କରିଥିବା ସନ୍ଦେହ କରିଛି। ହେଲେ ଶବକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ ସହିତ ବ୍ୟବଚ୍ଛେଦ କରିବାକୁ ପଠାଇଛି।

