Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଳଧୂପ ଓ ରାଧା-ଦାମୋଦର ବେଶରେ ମହାପ୍ରଭୁ….

Posted on October 3, 2025

ଆଜିଠାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ପୂର୍ଣ୍ଣ ଏକ ମାସ ଧରି ମହାପ୍ରଭୁଙ୍କର ସ୍ବତନ୍ତ୍ର ବାଳଧୂପ ଏବଂ ରାଧା-ଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ବିଷ୍ଣୁଙ୍କର ଦାମୋଦର ରୂପରେ ଶ୍ରୀଜୀଉଙ୍କୁ ବେଶ କରାଯାଇଥାଏ ।

ସକାଳ ଧୂପ ପରେ ବାଳଧୂପ ନୀତିରେ ବିଶେଷ ଭୋଗ ଲାଗିଥାଏ । ଏଥିରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଖୁଦ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି, ପଇଡ଼ ଆଦି ବିଭିନ୍ନ ପଦାର୍ଥ ସମାବେଶ ହୋଇଥାଏ ।

ଏହି ମାସରେ ରାଧା-ଦାମୋଦର ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ରୂପରେ ପ୍ରକାଶ ପାଏ । ମହାପ୍ରଭୁଙ୍କୁ ଫୁଲର ଗୁଣା, ଚିତା, ଅଧରମାଳା ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଭୂଷଣ କରାଯାଏ । ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ ତ୍ରିକଚ୍ଛ, ସୁବର୍ଣ୍ଣ ନଳୀ ଭୁଜ, ବାଉଁଶ ପାତିଆ, ଚୂଳରେ ରୂପା ଚନ୍ଦ୍ରିକା, କର୍ଣ୍ଣରେ କୁଣ୍ଡଳ, କଟିଦେଶରେ କମରପଟି, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି, କପାଳରେ ତିଳକ ଓ ଚିତା ସହ ଅଳଙ୍କୃତ କରାଯାଇଥାଏ ।

ଭକ୍ତଙ୍କ ସୁନିୟୋଜିତ ଦର୍ଶନ ଓ ନୀତିକାନ୍ତି ସୁଚାରୁରୂପେ ଚାଲିଥିବା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme