Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଳଧୂପ ଓ ରାଧା-ଦାମୋଦର ବେଶରେ ମହାପ୍ରଭୁ….

Posted on October 3, 2025

ଆଜିଠାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ପୂର୍ଣ୍ଣ ଏକ ମାସ ଧରି ମହାପ୍ରଭୁଙ୍କର ସ୍ବତନ୍ତ୍ର ବାଳଧୂପ ଏବଂ ରାଧା-ଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ବିଷ୍ଣୁଙ୍କର ଦାମୋଦର ରୂପରେ ଶ୍ରୀଜୀଉଙ୍କୁ ବେଶ କରାଯାଇଥାଏ ।

ସକାଳ ଧୂପ ପରେ ବାଳଧୂପ ନୀତିରେ ବିଶେଷ ଭୋଗ ଲାଗିଥାଏ । ଏଥିରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଖୁଦ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି, ପଇଡ଼ ଆଦି ବିଭିନ୍ନ ପଦାର୍ଥ ସମାବେଶ ହୋଇଥାଏ ।

ଏହି ମାସରେ ରାଧା-ଦାମୋଦର ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ରୂପରେ ପ୍ରକାଶ ପାଏ । ମହାପ୍ରଭୁଙ୍କୁ ଫୁଲର ଗୁଣା, ଚିତା, ଅଧରମାଳା ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଭୂଷଣ କରାଯାଏ । ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ ତ୍ରିକଚ୍ଛ, ସୁବର୍ଣ୍ଣ ନଳୀ ଭୁଜ, ବାଉଁଶ ପାତିଆ, ଚୂଳରେ ରୂପା ଚନ୍ଦ୍ରିକା, କର୍ଣ୍ଣରେ କୁଣ୍ଡଳ, କଟିଦେଶରେ କମରପଟି, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି, କପାଳରେ ତିଳକ ଓ ଚିତା ସହ ଅଳଙ୍କୃତ କରାଯାଇଥାଏ ।

ଭକ୍ତଙ୍କ ସୁନିୟୋଜିତ ଦର୍ଶନ ଓ ନୀତିକାନ୍ତି ସୁଚାରୁରୂପେ ଚାଲିଥିବା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme