ବାଲି ଚୋରା ଚାଲାଣକୁ ନେଇ ଗୁଳିମାଡ଼ । ଜଳେଶ୍ବର ସିଂଲା ଥାନା ଗିଲାଯୋଡ଼ି ଗାଁରେ ଗୁଳିମାଡ଼ । ପୂର୍ବ ଶତ୍ରୁତା ଓ ବାଲି ଚୋରାଲାଣକୁ ନେଇ ଗଣ୍ଡଗୋଳ । ଗଣ୍ଡଗୋଳ ବେଳେ ଦୁର୍ବୃତ୍ତଙ୍କ ଫାଙ୍କା ଗୁଳିଚାଳନା କରିଥିଲେ । ୨ଟି କାର୍ ସହ ୩ ଦୁର୍ବୃତ୍ତଙ୍କୁ କାବୁ କଲେ ଗ୍ରାମବାସୀ । ଘଟଣାସ୍ଥଳରେ ସିଂଲା ଥାନା ପୋଲିସର ତଦନ୍ତ ଜାରି ରହିଛି ।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ୮ ଜଣ ଦୁର୍ବୃତ୍ତ ଦୁଇଟି କାରରେ ଆସି ଗ୍ରାମବାସୀଙ୍କୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲେ । ଗ୍ରାମବାସୀ ଏକତ୍ରିତ ହୋଇ ଗୋଡାଇବାରୁ କାର ଛାଡି ଦୌଡି ପଳାଉ ଥିବା ସମୟରେ ୩ ଜଣ ଙ୍କୁ କାବୁ କରିଥିଲେ ଗ୍ରାମବାସୀ । ସୂଚନା ଥାଉକି ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନକୁ କେନ୍ଦ୍ର କରି ଗତ ନଭେମ୍ବର ୨୮ ତାରିଖରେ ଦୁଇ ଗୋଷ୍ଠୀ ମଧ୍ଯରେ ଗଣ୍ତଗୋଳ ହୋଇଥିଲା । ପରସ୍ପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା ।
