Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାର୍‌ହା କବଳରୁ ମୁକୁଳିଲେ ୫ ପର୍ଯ୍ୟଟକ ; ଉଦ୍ଧାର କଲେ ପୁଲିସ ଓ ବନ କର୍ମଚାରୀ

Posted on October 6, 2025

 

ଦୀର୍ଘ ୧୨ ଘଣ୍ଟାର ଅପରେସନ୍‌ ପରେ ଉଦ୍ଧାର ହେଲେ ପର୍ଯ୍ୟଟକ ଓ ଉଦ୍ଧାରକାରୀ । ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ରେ ଆତଙ୍କ ଖେଳାଇଥିବା ବାରହା କବଳରୁ ମୁକୁଳିଛନ୍ତି ୫ ପର୍ଯ୍ୟଟକ । ହିଂସ୍ର ବାର୍‌ହା ଭୟରେ ଗଛ ଉପରେ ଆଶ୍ରୟ ନେଇଥିଲେ ୫ ପର୍ଯ୍ୟଟକ । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । 

ସୂଚନା ଅନୁସାରେ, ଜଟଣୀ ଅଞ୍ଚଳର ୫ଜଣ ଯୁବକ ଭୋଜି କରିବାକୁ ବରୁଣେଇ ଶିଖରକୁ ଯାଇଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ବରୁଣେଇ ପାଦଦେଶରୁ କିଛି ସ୍ଥାନୀୟ ଯୁବକ ଓ ପୁଲିସ ବିଟ ହାଉସର ପୁଲିସ ମିଶି ୭ଜଣ ଯାଇଥିଲେ । ସେମାନଙ୍କୁ ମଧ୍ୟ ବାରହା ଆକ୍ରମଣ କରିବାରୁ କିଛି ଗଛ ଉପରେ ଆଉ କିଛି ଟାୱାରର ଆଶ୍ରୟ ନେଇଥିଲେ । ଆଉ ୩ଜଣ ତଳେ ପଡିଯିବାରୁ ତାଙ୍କୁ ବାରହା ଆକ୍ରମଣ କରିଥିଲା । ସେଥିରେ ଜଣେ ପୋଲିସ କର୍ମଚାରୀ ପ୍ରଦୀପ କୁମାର ତରାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇ ପଡ଼ିରହିଥିଲେ । ଦୀର୍ଘ ୫ରୁ ୬ଘଣ୍ଟା ଗଛରେ ଆଶ୍ରୟ ନେବା ପରେ ଆଉ ଆକ୍ରମଣର ଶିକାର ହୋଇଥିବା ପୁଲିସ ପଡିରହିବା ପରେ ବନବିଭାଗ ଓ ପୁଲିସର ଏକ ଟିମ ଉଦ୍ଧାର ପାଇଁ ଯାଇଥିବା ବେଳେ ସେମାନେ ବି ବାରହା ଆକ୍ରମଣର ଶିକାର ହୋଇଥିଲେ । ଫଳରେ ସେମାନେ ଗଛରେ ଆଶ୍ରୟ ନେଇଥିଲେ । 

ଘଟଣା ସ୍ଥଳରେ ଖୋର୍ଦ୍ଧା ଏସପି, ଡିଏଫଓ, ଅଗ୍ନିଶମ ଅଧିକାରୀ, ବନ ବିଭାଗର ମୋଟ ୪୦ ଜଣିଆ ଟିମ ପଠା ଯାଇଥିଲା । ଯେଉଁଥିରେ ଜାଲ ,ଟ୍ରାଙ୍କୁଲାଇଜର ସୁଟର, ଲାଇଟ୍, ବାଣ, ନିଆଯାଇଥିଲା । ସେପଟେ ବାରହାର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନର ସାହାଯ୍ୟ ନିଆଯାଇଥିଲା । ଶେଷରେ ବାରହାକୁ ଘଉଡ଼ାଇ ୫ପର୍ଯ୍ୟଟକ ସମେତ ୪୦ଜଣଙ୍କୁ ଉଦ୍ଧାର କରାଯାଇଛି । ଗୁରୁତର ହୋଇଥିବା ପୁଲିସର କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଗୁରୁତରଙ୍କ ମଧ୍ୟ କ୍ୟାପିଟାଲରେ ଚିକିତ୍ସା ଚାଲିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme