
ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଉତ୍ସାହର ଖବର। ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ହାଇଭୋଲଟେଜ୍ ଟି-୨୦ ମ୍ୟାଚ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଟିକେଟ୍ କିଣିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଅନ୍ଲାଇନ୍ ମାଧ୍ୟମରେ ଏହି ଟିକେଟ୍ କ୍ରୟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA)ର ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କୁ ସାକ୍ଷାତ କରି ଟିକେଟ୍ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଟିକେଟ୍ କିଣିବା ଘଟଣା ରାଜ୍ୟରେ କ୍ରୀଡ଼ା ପ୍ରତି ଥିବା ତାଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦର୍ଶାଉଛି।
ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ମ୍ୟାଚ୍କୁ ଦେଖିବା ପାଇଁ ସାରା ଓଡ଼ିଶାର କ୍ରିକେଟ୍ ପ୍ରେମୀମାନେ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି। ବାରବାଟୀରେ ଦୀର୍ଘ ଦିନ ପରେ ଏକ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ର ଆୟୋଜନ ହେଉଥିବାରୁ ଏହାକୁ ସଫଳ କରିବାକୁ OCA ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଟିକେଟ୍ କ୍ରୟ କରିବା ଏହି ମ୍ୟାଚ୍କୁ ଅଧିକ ଆକର୍ଷଣୀୟ କରିଛି।
