Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାତ୍ୟାର ଆଖି ମାନେ କଣ ? 

Posted on October 28, 2025

ବାତ୍ୟା ଆସିଲେ ବାତ୍ୟାର ଆଖି କଥା ଉଠେ । ବାତ୍ୟାର ଆଖିକୁ ନେଇ ଜୋରଦାର ହୁଏ ଆଲୋଚନା । ବାତ୍ୟାର ଆଖି ସମୁଦ୍ର ଭିତରେ କେଉଁଠି ଅଛି ତାହାକୁ ନେଇ ପାଣିପାଗ ବିଜ୍ଞାନୀ ବିଭିନ୍ନ କଥା କୁହନ୍ତି, ହେଲେ ବାତ୍ୟାର ଆଖି କଣ ? ଏହା କେମିତି ଦିଶେ ଓ ଏହା କେତେ ଭୟଙ୍କର ? ତାହା ଜାଣିଛନ୍ତି କି ?


ବାତ୍ୟା ସ୍ଥଳଭାଗକୁ ପାଖେଇ ଆସିଲେ ବାତ୍ୟା ଆଖି ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଏ । ପ୍ରକୃତରେ କହିବାକୁ ଗଲେ ବାତ୍ୟା କେନ୍ଦ୍ରୀଭୂତ ହୋଇଥିବା ସ୍ଥାନ ବା ଏହାର ମଧ୍ୟସ୍ଥଳକୁ ‘ଆଖି’ ବୋଲି କୁହାଯାଏ । ଏହି ସ୍ଥାନଟି କିନ୍ତୁ ବାତ୍ୟାର ବାହ୍ୟଭାଗ ତୁଳନାରେ ଆଶ୍ଚର୍ଯ୍ୟଜନକ ଭାବେ ଖୁବ୍‌ ଶାନ୍ତ । ସାଧାରଣତଃ ଏହି ‘ଆଖି’ର ପରିଧି ବା ଆକାର ୩୦ରୁ ୬୫ କିଲୋମିଟର ବ୍ୟାସାର୍ଦ୍ଧର ହୋଇଥାଏ । ଏହାର ଚାରିପଟେ ରହିଥାଏ ଏକ ବଳୟ । ଏହି ବଳୟ ହିଁ ଭୟଙ୍କର ଝଡ଼ ବାତ୍ୟାକୁ ଧରି ରଖିଥାଏ ।  

ବାତ୍ୟାର ବଳୟ ହିଁ ବାତ୍ୟାକୁ ବଳ ଯୋଗାଏ ବୋଲି କହିଲେ ଭୁଲ ହେବନି । ତେବେ ଆପଣଙ୍କୁ କହି ରଖୁଛୁ ଯେତେବେଳେ ସମୁଦ୍ରର ପାଣି ଗରମ ହୁଏ ଏବଂ ଗରମ ପବନ ଉପରକୁ ଉଠିବା ଆରମ୍ଭ କରେ ସେତେବେଳେ ହିଁ ଏହା ବାତ୍ୟାର କାରଣ ସାଜେ । ସମୁଦ୍ରରେ ପବନ ଗରମ ହେବାପରେ ଏକ ନିମ୍ନ ଚାପ ସୃଷ୍ଟି କରେ । ଏହାପରେ ଗରମ ପବନ ଉପରକୁ ଉଠିବା ଆରମ୍ଭ କରେ, ଯାହା ଫଳରେ ସେଠାରେ ବାଦଲ ସୃଷ୍ଟି ହୁଏ ଏବଂ ଗରମ ପବନର ସ୍ଥାନ ପୂରଣ କରିବାକୁ ଥଣ୍ଡା ପବନ ତଳକୁ ଆସେ । ଯେତେବେଳେ ଏହି ଚକ୍ର ଦ୍ରୁତ ଗତିରେ ଚାଲେ, ବିଜୁଳି ଚମକେ ଏବଂ ପ୍ରବଳ ପବନ ସହିତ ଆରମ୍ଭ ହୋଇଯାଏ ବର୍ଷା ।  

ଶୀତଳ ବାୟୁ ଓ ଗରମ ପବନ ପରସ୍ପର ସ୍ଥାନ ନେଇ ସୃଷ୍ଟି ହୋଇଥିବା ଚକ୍ର ଏତେ ଦ୍ରୁତ ଗତିରେ ଚାଲେ ଯେ ଏକ ଗୋଲାକାର ରୂପ ନିଏ, ଯାହାର କେନ୍ଦ୍ରରେ ଏକ ନିମ୍ନ ଚାପ କ୍ଷେତ୍ର ରହିଥାଏ । ସମୁଦ୍ର ଜଳ ବାଷ୍ପୀକରଣ ପରେ ସୃଷ୍ଟି ହୁଏ ନିମ୍ନ ଚାପ । ଫଳରେ ଆଖପାଖର ଶୀତଳ ବାୟୁ ବିପରୀତ ଦିଗରୁ ଏହି ସ୍ଥାନକୁ ଗତି କରନ୍ତି । ସେହି ବାୟୁ ମଧ୍ୟ ବାଷ୍ପ ହୋଇ ଉପରକୁ ଉଠିବା ସହ ମେଘ ତିଆରି କରିଥାଏ । ଏହି ପ୍ରକ୍ରିୟା ଚାଲୁ ରହେ ଯାହା ନିଏ ବାତ୍ୟାର ରୂପ । ବାତ୍ୟା ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଗତି କରେ । ଏହା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟାକୁ କୁହାଯାଏ ‘ଲ୍ୟାଣ୍ଡଫଲ୍‌’ । ପ୍ରାୟତଃ ସମୁଦ୍ର ଭିତରେ ବାତ୍ୟା ସୃଷ୍ଟି ହେବାର ଚତୁର୍ଥ ଦିନରେ ହିଁ ଏହାର ଲ୍ୟାଣ୍ଡଫଲ୍‌ ହୋଇଥାଏ । ଏବେ ବଙ୍ଗୋପାସାଗରରେ ବାତ୍ୟା ସୃଷ୍ଟି ହେବାପରେ ସ୍ଥଳଭାଗ ମୁହାଁ ହୋଇଛି । ବାତ୍ୟା ମୁକାବିଲା ପାଇଁ ସରକାର ଓ ପ୍ରଶାସନ ଉଭୟ ସଜାଗ ରହିଛନ୍ତି । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme