
ପାରାଦୀପ : ଦୀପାବଳୀରେ ଅଘଟଣ,ଦୁଇ ଗୁରୁତର, ହାତରେ ବାଣ ଫୁଟି ଜଣେ ଯୁବକର ପାପୁଲି ନଥିବା ବେଳେ ପାଖରେ ଥିବା ଅନ୍ୟ ଜଣେ ଯୁବକର କାନକୁ ଶୁଣା ଯାଉନାହିଁ। ଦୁଇଜଣଙ୍କୁ ପ୍ରଥମେ ପାରାଦୀପ ଅଠରବାଙ୍କି ମେଡିକାଲ କୁ ଅଣାଯିବା ପରେ ପାପୁଲି ନଥିବା ଗୁରୁତର ଯୁବକକୁ କଟକ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଘଟିଛି ପାରାଦୀପ ଷଣ୍ଢକୁଦ ବସ୍ତିରେ। ସାଙ୍ଗ ମାନଙ୍କ ସହ ମିଶି ଦୀପାବଳୀ ରେ ବାଣ ଫୁଟାଇବା ସମୟରେ ଘଟିଛି ଘଟଣା। ହାତ ପାପୁଲି ନଥିବା ଗୁରୁତର ଯୁବକ ହେଲେ ଷଣ୍ଢକୁଦ ବସ୍ତିର ସମିର ବେହେରା ଓ ଅନ୍ୟ ଜଣେ ଆହତ କାନ କୁ ଶୁଣା ଯାଉନଥିବା ଯୁବକ ସେହି ବସ୍ତିର ଶୁଭନାଥ ମହାନ୍ତି।

