
ଦୀପାବଳିରେ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା । ବାଣର ଶଦ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ । ବାଣ ଫୁଟାଇବା ସମୟକୁ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସୀମିତ ରଖାଯାଇଛି । ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ପାର୍କ, କୋର୍ଟ ଓ ଧାର୍ମିକ ସ୍ଥଳୀ ଆଦିର ୧୦୦ମିଟର ଦୂରତାରେ ବାଣ ଫୁଟାଇବାକୁ ମନା କରାଯାଇଛି ।
୧୦ ବର୍ଷରୁ କମ ବୟସର ପିଲାଙ୍କୁ ଶଦ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ନାହିଁ । ବାଣ ଫୁଟାଇବା ସମୟରେ ସୁରକ୍ଷା ପାଇଁ ସୂତା ବସ୍ତ୍ର ପିନ୍ଧନ୍ତୁ । ବାଣକୁ ହାତରେ ଧରି ଫୁଟାନ୍ତୁ ନାହିଁ । ବାଣ ଫୁଟିବା ସମୟରେ ସୁରକ୍ଷିତ ଦୂରତାକୁ ଯାଆନ୍ତୁ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଉଛି । ବାଣରେ ବେରିୟମ ଓ ଅନ୍ୟ ନିଷିଦ୍ଧ ରସାୟନିକ ବ୍ୟବହାର ସଂପୂର୍ଣ୍ଣ ନିଷିଦ୍ଧ ।
ସୁପ୍ରିମକୋର୍ଟ ଗ୍ରୀନ କ୍ରାକର ବ୍ୟତୀତ ଅନ୍ୟ ବାଣ ପ୍ରସ୍ତୁତି ଓ ବିକ୍ରିୟକୁ ନିଷେଧ କରିଛନ୍ତି । ନିୟମର ଅନୁପାଳନ ନକଲେ ଓଡ଼ିଶା ଫାୟାର କ୍ରାକର୍ସ ଆଇନ ୧୯୫୮ ଅନୁଯାୟୀ ଦଣ୍ଡିତ ହେବେ । ଏନେଇ କୌଣସି ଅଭିଯୋଗ ଥିଲେ ଜିଲ୍ଲାପାଳ, ଏସପି, ଡିଏସପି ଓ ଏସଡିପିଓଙ୍କ ନିକଟରେ ଜଣାଇପାରିବେ ।

