
ହାଟଡିହି: ହାଟଡିହି ବ୍ଲକ ସୋସୋ ଥାନା ଆମ୍ବଗଡ଼ିଆ ଗାଁରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟି ତିନି ବଖରା ଚାଳଘର ପୋଡ଼ିଯାଇଛି। ଗ୍ରାମର କୋଦଣ୍ଡଧାର ପଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ତାଙ୍କର ୩ ବଖରା ଚାଳ ଘର ସହିତ ୫ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ହାଟଡିହି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି। ରାତିରେ ଗାଁ ପିଲାମାନେ ବାଣ ଫୁଟାଉ ଥିବା ବେଳେ ବାଣ ନିଆଁ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରା ଯାଉଛି।
