Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଙ୍କୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

Posted on October 9, 2025

ବାଙ୍କୀ: ବାଙ୍କୀ ମହୋତ୍ସବର ରୌପ୍ୟ ଜୟନ୍ତୀ ବୁଧବାର ଦ୍ୱିତୀୟ ସନ୍ଧ୍ୟା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଯୋଗଦାନ କରି ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ଏହି ବାଙ୍କୀ ମାଟିରୁ ଆରମ୍ଭ ହୋଇଥିଲା ଏବଂ ବାଙ୍କୀ ଅଞ୍ଚଳର ଗୌରବମୟ ଐତିହକୁ ଲୋକମାନସରେ ଉଦ୍‌ଜିପିତ କରାଇବାରେ ବାଙ୍କୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଧର୍ମପଦ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଯୋଗଦାନ କରି ଓଡ଼ିଆ ସଂସ୍କୃତି ମହାନ୍ ଓ ଓଡ଼ିଆ ସଂସ୍କୃତିର ମୂଳକେନ୍ଦ୍ର ହେଲା ପ୍ରଭୁ ଶ୍ରୀ ଜଗନ୍ନାଥ ବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ବାଙ୍କୀର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ବାଙ୍କୀ ହେଉଛି ମା’ଚର୍ଚ୍ଚିକାର ମାଟି ବୋଲି କହିଥିଲେ । ଏହି ମାଟିରେ ବହୁ ସାହିତ୍ୟିକ , କବି, କଳାକାର, ରାଜନୈତିକ , ସମାଜସେବୀ ଜନ୍ମ ନେଇ ବାଙ୍କୀ ମାଟିକୁ ସାରା ରାଜ୍ୟ ତଥା ଦେଶରେ ବାଙ୍କୀର ସୁନାମକୁ ସ୍ୱର୍ଣ୍ଣାକ୍ଷରରେ ଲେଖିଛନ୍ତି ବୋଲି ଡକ୍ଟର ପଟ୍ଟନାୟକ ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ମହୋତ୍ସବ କମିଟିର କୋଷାଧ୍ୟକ୍ଷ ସମରେନ୍ଦ୍ର ମହାପାତ୍ର, ଉପସଭାପତି ଅନନ୍ତ ଚରଣ ଦାସ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ଉପସଭାପତି ଭାଗିରଥି ପାଣି ପ୍ରମୁଖ ଯୋଗଦାନ କରିଥିଲେ । ମହୋତ୍ସବ କମିଟିର ସଭାପତି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଅନ୍ୟତମ ଉପସଭାପତି ସନ୍ତୋଷ କୁମାର ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । କମିଟିର ସଂପାଦକ ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାଗିରଥି ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ବାଙ୍କୀ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦର କଳାକାରମାନେ ସ୍ୱଗାତ ସଂଗୀତ ପରିବେଷଣ କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme