
ବିନିକା: ଗତକାଲି ରାତିରେ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି। ସୁଚନା ଅନୁସାରେ ମଙ୍ଗଳବାର ରାତିରେ ବାଇକ୍ ରେ ବିନିକା ଏନ୍ଏସି ଅଧିନସ୍ତ ଭମରପାଲି ଯୁଦ୍ଧମନ୍ୟୁ ଦୁଆରୀ ପିତା ହୃଷୀକେଶ ଦୁଆରୀ (୨୮) ଘରୁ ଵାହାରି କମଭୁମି ମିଲକୁ କାର୍ଯ୍ୟ କରିବାକୁ ଯାଉଥିବା ସମୟରେ ବିନିକା ଡୁଙ୍ଗୁରିପାଲି ମୂଖ୍ୟ ରାସ୍ତା ବିନିକା ଥାନା ମଗରକୁନ୍ଦା ଵ୍ରିଚ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ବିନିକା ଡାକ୍ତର ଖାନାରେ ଭର୍ତ୍ତିକରି ଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବିନିକା ପୁଲିସ ଡାକ୍ତର ଖାନାରେ ପହଞ୍ଚି ମୃତଦେହ କୁ ଜବତ କରିଥିଲେ । ଆଜି ପୁଲିସ ପଞ୍ଚନାମା କରି ଶବ ବ୍ୟବଚ୍ଛେଦ କରାଯିବ ସହିତ ଅଧିକ ତଦନ୍ତ କରା ଯିଵବୋଲି ପୁଲିସ ସୁଚନା ଦେଇଛନ୍ତି। ଘଟଣା ସ୍ଥଳରେ ବାଇକ ପଡ଼ିରହିଛି ।
