
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଦୁଇ ସାଙ୍ଗ। ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଲା ଅଜଣା ଗାଡ଼ି ଚାଳକ। ଏଭଳି ଅଭାବନୀୟ ଘଟଣା ଜଳେଶ୍ୱର ଥାନା ୫୭ ରାଜ୍ୟ ରାଜପଥ ନାମ୍ପ ନିକଟରେ ଘଟିଛି।
ସୂଚନା ଅନୁଯାୟୀ, କୌଣସି କାମରେ ଦୁଇ ବନ୍ଧୁ ବିଳମ୍ବିତ ରାତିରେ ଏକ ବାଇକ ଯୋଗେ କମର୍ଦା ଆଡୁ ୫୭ନଂ ରାଜ୍ୟ ରାଜପଥରେ ଯାଉଥିଲେ ।ଜଳେଶ୍ୱର ଥାନା ଅମ୍ବପଞ୍ଜା ଠାରେ ଅଜଣା ଗାଡି ଧକ୍କା ଦେଇ ଚମ୍ପଟ ମାରିଥିଲା। ଧକ୍କା ଦେବା ଫଳରେ ଉଭୟେ ରାସ୍ତା ଉପରେ ଛିଟିକି ପଥିଲେ। ନାମ୍ପ ଫାଣ୍ଡି ପୁଲିସ ଖବର ପାଇ ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଜଳେଶ୍ୱର ପୁଲିସ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରୀ ରଖିଛି।
