Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଂଲାଦେଶରେ ପୁଣିଥରେ ତେଜିଛି ଭାରତ ବିରୋଧୀ ହିଂସା…

Posted on December 20, 2025

ବାଂଲାଦେଶରେ ପୁଣିଥରେ ତେଜିଛି ଭାରତ ବିରୋଧୀ ହିଂସା । ସରିଫ ଓସ୍‌ମାନ ହାଦି ହତ୍ୟାକୁ ନେଇ ଶୁକ୍ରବାର ଢାକା ଓ ଅନ୍ୟାନ୍ୟ ସହରରେ ହଜାର ହଜାର ଲୋକ ହିଂସାତ୍ମକ ବିକ୍ଷୋଭ କରିଛନ୍ତି । ୩୨ ବର୍ଷୀୟ ହାଦି ଗତ ଡିସେମ୍ବର ୧୨ ତାରିଖରେ ନିର୍ବାଚନ ପ୍ରଚାର ବେଳେ ଅଜଣା ଆତତାୟୀଙ୍କ ଦ୍ୱାରା ଗୁଳିମାଡ଼ର ଶିକାର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା । ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ହାଦିର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ପୁଣିଥରେ ବିକ୍ଷୋଭ ତେଜିଥିବା ବେଳେ ଚାରିଆଡ଼େ ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି ।

ବିକ୍ଷୋଭକାରୀ ରାଜଧାନୀ ଢ଼ାକାର ବିଭିନ୍ନ ଅଞ୍ଚଳରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି । ଭାରତୀୟ ଦୂତାବାସକୁ ଟାର୍ଗେଟ୍‌ କରିବା ସହ ୨ ଗଣମାଧ୍ୟମ କାର୍ଯ୍ୟାଳୟକୁ ପୋଡ଼ିଦେଇଛନ୍ତି । ସେହିପରି ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଶବକୁ ଏକ ଗଛରେ ଝୁଲାଇ ଜାଳି ଦେଇଛନ୍ତି । ଇସଲାମକୁ ଅପମାନ ଦେଇଥିବା ଅଭିଯୋଗରେ ମୟମନସିଂହ ଜିଲ୍ଲାର ଭାଲୁକା ଉପଜିଲ୍ଲାରେ ଆଜି ଏହି ବର୍ବର ଘଟଣା ଘଟିଛି । ବିକ୍ଷୋଭକାରୀମାନେ ପୂର୍ବତନ ଶାସକ ଦଳ ଆୱାମୀ ଲିଗ୍‌ ସହ ଜଡ଼ିତ ସ୍ଥାନଗୁଡ଼ିକୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି । ବାଂଲାଦେଶର ଜନକ ଶେଖ୍‌ ମୁଜିବୁର ରହମାନଙ୍କ ଧାନମଣ୍ଡି ବାସଭବନ କୁ ପୁନର୍ବାର ଭାଙ୍ଗିଦିଆଯାଇଛି । ରାଜଶାହୀରେ ଆୱାମୀ ଲିଗ୍‌ର ଏକ କାର୍ଯ୍ୟାଳୟକୁ ବୁଲଡୋଜର ଦ୍ବାରା ଧ୍ବଂସ କରି ଦିଆଯାଇଥିବାବେଳେ ଅନେକ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme