
ତାଳଚେର ବସ ମାଲିକ ସଙ୍ଘ ପକ୍ଷରୁ ଆସନ୍ତା ୨୪ ତାରିଖ ଠାରୁ ଘରୋଇ ବସ ଚଳାଚଳ କରୁଥିବା ରୁଟରେ ବସ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ ବିଗତ ସରକାର ୨୦୨୩ ମସିହା ଠାରୁ ମୁଖ୍ୟମନ୍ତ୍ରୀଙ୍କ ବସ ସେବା ଯାହା ଗ୍ରାମାଞ୍ଚଳ ଠାରୁ ବ୍ଲକ ପର୍ଯ୍ୟନ୍ତ ଚଳାଚଳ କରି ଆସୁଥିଲା କିନ୍ତୁ ସେହି ବସ ଗୁଡିକୁ ଗତ ୧୨ ତାରିଖ ଠାରୁ ପଞ୍ଚାୟତ ରୁ ଜିଲ୍ଲା ମହକୁମାକୁ ଚଳାଚଳ କରୁଥିବାରୁ ଏହାକୁ ବିରୋଧ କରିଛି ବସ ମାଲିକ ସଙ୍ଘ । ଏହି ବସ ଅତି କମ ଭଡାରେ ଯାଉଥିବାରୁ ଘରୋଇ ବସ ମାଲିକ ମାନେ କ୍ଷତି ସହୁଥିବା ଅଭିଯୋଗ ଆଣିଛନ୍ତି ବସ ମାଲିକ ସଙ୍ଘ । ଆଗାମୀ ଦିନରେ ସରକାର ତାଙ୍କ ନିଷ୍ପତ୍ତିକୁ ନ ବଦଳାଇଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଙ୍ଘ ସଭାପତି ।
