Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବସ୍ତିରେ ଆତଙ୍କ ଖେଳାଇ ଭାଇ-ଭଉଣୀ ଗିରଫ

Posted on October 6, 2025

ବସ୍ତିରେ ଆତଙ୍କ  ଖେଳାଇଲେ । ଜଣଙ୍କ ଘରେ ପଶି ଛୁରି ଭୁସିବା ସହ  ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କଲେ ।  ଥାନାରେ ଅଭିଯୋଗ ପରେ ସହିଦନଗର ଥାନା ପୁଲିସ ଭାଇ-ଭଉଣୀଙ୍କୁ ଗିରଫ କରିଛି । ସେମାନେ  ହେଲେ ସହିଦନଗର ବାୟାବାବା ମଠ ବସ୍ତିରେ ରହୁଥିବା ଖୋର୍ଦ୍ଧା ବୋଲଗଡ଼ ଥାନା ଗେଡ଼ିଆପଲ୍ଲୀର କାହ୍ନା ଓରଫ କହ୍ନେଇ ନାୟକ ଏବଂ ତାଙ୍କ  ଭଉଣୀ ସୁଜାତା ନାୟକ । ପୁଲିସ ସେମାନଙ୍କ ଠାରୁ ଏକ ଛୁରି ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି ।

ସୂଚନା ଅନୁଯାୟୀ, ବାୟାବାବା ମଠ ନିକଟରେ ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ୩ ତାରିଖ ରାତିରେ କାହ୍ନା, ବାପା ଶ୍ରୀଧର ଓ ସେମାନଙ୍କ ସହଯୋଗୀ ମାରଣାସ୍ତ୍ର ଧରି ସେଠାରେ ଆତଙ୍କ ଖେଳାଇବା ସହ ଢ଼େଲାପଥର ମାଡ଼ କରିଥିଲେ । ଏହାର କିଛି ସମୟ ପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କହ୍ନେଇ, ଶ୍ରୀଧର ଓ  ଭଉଣୀ ସୁଜାତା ବସ୍ତିର ରଶ୍ମିରଞ୍ଜନ ମହାନ୍ତିଙ୍କ ଘରେ ପଶି ତାଙ୍କର ୨ ସଂପର୍କୀୟ ଭଉଣୀ ସୁମିତ୍ରା ଦଳାଇ ଏବଂ ସିଲି ମହାନ୍ତିଙ୍କୁ ଆକ୍ରମଣ କରିଥିଲେ । କହ୍ନେଇ ସିଲି ମହାନ୍ତିଙ୍କୁ ତଳେ ପକାଇ ତାଙ୍କ ପେଟରେ  ଛୁରି ଭୁସି ଦେଇଥିଲା । ଏଥିସହ ରଶ୍ମିରଞ୍ଜନଙ୍କ ବାପାଙ୍କୁ ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ଏହାପରେ ସେମାନେ ରଶ୍ମିରଞ୍ଜନଙ୍କୁ ଆକ୍ରମଣ କରି ତାଙ୍କ ବେକରୁ ସୁନାଚେନ୍‌ ଲୁଟି ନେଇ ପଳାଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁକରି କହ୍ନେଇ ଓ ଭଉଣୀ ସୁଜାତାଙ୍କୁ  ଗିରଫ କରିଥିଲା । ଏହି ଆକ୍ରମଣରେ ସଂପୃକ୍ତ  ସେମାନଙ୍କ ବାପା ଶ୍ରୀଧର ଫେରାର୍‌ ହୋଇ ଯାଇଛନ୍ତି। କହ୍ନେଇ ନାୟକଙ୍କ ନାଁରେ ପୂର୍ବ ଏକାଧିକ ମାମଲାରେ ସଂପୃକ୍ ଥିବା ଜଣାପଡୁଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme