Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଳଙ୍ଗାରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଗିରଫ

Posted on October 6, 2025

ବଳଙ୍ଗା ଥାନା ଅଞ୍ଚଳରେ ପୁଣି ଲଜ୍ଜା । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଗର୍ଭବତୀ କରିଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଯାହାପରେ ପୁଲିସ ତଦନ୍ତ କରି ଘଟଣାରେ ସଂପୃକ୍ତ  ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଖବର ଅନୁଯାୟୀ, ଅଭିଯୁକ୍ତମାନେ ଜଣେ ୧୬ବର୍ଷିୟା ନାବାଳିକାକୁ ମିଥ୍ୟା ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଆସୁଥିଲେ । କିଛିଦିନ ତଳେ ନାବାଳିକାର ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ମେଡିକାଲକୁ ନେଇ ପରୀକ୍ଷା କରିଥିଲେ । ଯାହାପରେ ସତ ପଦାକୁ ଆସିଥିଲା । ଏହି ଘଟଣା ସମ୍ପର୍କରେ ନାବାଳିକାଙ୍କ ବାପା ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବଳଙ୍ଗା ଥାନାରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଥିଲା । ବଳଙ୍ଗା ଥାନା ଅଧିକାରୀ ଶନିବାର ରାତିରେ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ରବିବାର ପୂର୍ବାହ୍ନରେ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବା ସହ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ୨୫ରେ ମାଘ ସପ୍ତମୀ ବୁଡ଼: ଅର୍କକ୍ଷେତ୍ରକୁ ଛୁଟି ଆସିବେ ଶ୍ରଦ୍ଧାଳୁ, ଜଗିବେ ୩୪ ପ୍ଲାଟୁନ୍‌ ଫୋର୍ସ
  • ରାତି ୮ଟା ୩ ମିନିଟ୍, ୭ ସେକେଣ୍ଡରେ ଶ୍ମଶାନରେ ପରିଣତ ହେବ ଜନବସତି
  • ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ, ବାରାଣସୀ-ଅଯୋଧ୍ୟା ପଣ୍ଡିତଙ୍କ ଦ୍ୱାରା ସ୍ଥାପିତ
  • ପୁଣି ଉପରମୁହାଁ ବାୟୁ ପ୍ରଦୂଷଣ, ଗ୍ରାପ୍‌-୪ ଲାଗୁ, ସମସ୍ତ ନିର୍ମାଣ କାମ ବନ୍ଦ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,514)
  • ସ୍ପେଶାଲ୍ ରିପୋର୍ଟ (266)
©2026 JBR Samachar | Design: Newspaperly WordPress Theme