Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବର୍ଷ ସରିଲା ହେଲେ ୟୁନିଫର୍ମ ପାଇଲେନି ଶିଶୁ ବାଟିକା ପିଲା

Posted on December 17, 2025

ବର୍ଷ ସରିଲା, ହେଲେ ସ୍କୁଲ ପିଲାଙ୍କୁ ମିଳିଲାନି ୟୁନିଫର୍ମ। ଏପରିକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଣ୍ଠି ମିଳିନି । ଏପଟେ ନୂଆ କରି ନାମ ଲେଖାଇଥିବା ୩ ଲକ୍ଷ ୧୦ହଜାର ୮୩୯ ଶିଶୁ ବାଟିକା ପିଲା ପୁରୁଣା ଚିରା ଫଟା ପୋଷାକ ପିନ୍ଧି ସ୍କୁଲ ଆସୁଛନ୍ତି । କେବଳ ଶିଶୁ ବାଟିକା ପିଲା ନୁହଁନ୍ତି, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଆସିନି ଅର୍ଥ ।

ଉଭୟ ଶିଶୁ ବାଟିକା ଓ ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ପାଇଁ ପାଣ୍ଠି ମାଗିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏନେଇ ଚିଠି ଲେଖିଛି ଓସେପା । କୁହାଯାଇଥିଲା, ପ୍ରଥମ ଶ୍ରେଣୀ ପିଲାଙ୍କ ପରି ଶିଶୁ ବାଟିକା ପିଲାଙ୍କୁ ମଧ୍ୟ ସ୍କୁଲ ପୋଷାକ, ଜୋତା, ମୌଜା, ଟି-ସାର୍ଟ, ଟ୍ରାକ୍-ପ୍ୟାଣ୍ଟ, ଟୋପି ଓ ପରିଚୟ ପତ୍ର ଦିଆଯିବ । ଏଥିପାଇଁ ଖର୍ଚ୍ଚ ହେବ ଜଣଙ୍କ ପିଛା ୧୦୦୦ଟଙ୍କା । ଚଳିତ ଶିକ୍ଷାବର୍ଷରେ ରାଜ୍ୟର ମୋଟ ୩ ଲକ୍ଷ ୧୦ ହଜାର ୮୩୯ ଜଣ ଶିଶୁ ବାଟିକା ପିଲାଙ୍କୁ ଏହି ସ୍କୁଲ ୟୁନିଫର୍ମ ବଣ୍ଟନ କରାଯିବ । ଏଥିପାଇଁ ମୋଟ ୩୧ କୋଟି ୮ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ ହେବ । ଏ ବାବଦରେ ଓସେପା ଗତ ଅଗଷ୍ଟ ୧୮ ତାରିଖରେ ପାଣ୍ଠି ଅନୁମୋଦନ ଦେବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଥିଲା । ଡିସେମ୍ବର ମାସ ଆସି ଅଧା ହେଲାଣି ଶିଶୁ ବାଟିକା ପିଲାଙ୍କ ପାଇଁ ୟୁନିଫର୍ମ ବାବଦକୁ ପାଣ୍ଠି ମିଳିନି । ଫଳରେ ପୁଣି ଥରେ ଗତକାଲି (ସୋମବାର) ଗଣଶିକ୍ଷା ବିଭାଗକୁ ପାଣ୍ଠି ଯୋଗାଇ ଦେବାକୁ ଚିଠି ଲେଖିଛି । ସେହିପରି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା (ଏମ୍ସିସିପିୱାଇ)ରେ ପଢ଼ୁଥିବା ୧ଲକ୍ଷ ୮୭ ହଜାର ୮୭୮ ଜଣ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ୟୁନିଫର୍ମ ସହ ଜୋତା, ମୌଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ ପାଇଁ ବି ଅନୁଦାନ ମାଗିଛି ଓସେପା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme