
ବନ୍ଧୁଗାଁ : ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ଗୋତିପୁଟ ଗ୍ରାମକୁ ସଂଯୋଗ କରୁଥିବା ନିର୍ମାଣାଧୀନ ରାସ୍ତା ପ୍ରବଳ ବର୍ଷାରେ ଧୋଇ ହୋଇ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଜକୁ ଏକ ତଳେ ଗୋତିପୁଟ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ପାହାଡ କାଟି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ମାଣାଧୀନ ରାସ୍ତା ମଝି ରେ ଥିବା କୋଲୋଭର୍ଟ ସାଇଡ ରେ ଥିବା ମାଟି ଗୁଡିକ ପ୍ରବଳ ବର୍ଷା ହେବାରୁ ଧୋଇ ହୋଇ ବିରାଟ ଗର୍ତ୍ତ ସୃଷ୍ଟି ହୋଇଯାଇଛି। ଯାହା ଫଳରେ ସେହି ରାସ୍ତା ଦେଇ ଚାଲି ଆସିବା ସମ୍ଭବ ନ ହେଉ ନ ଥିବାରୁ ଲୋକେ ଗାଁ ରେ ବାଇକ,ସାଇକେଲ ରଖି ଜୀବନକୁ ବାଜି ଲଗାଇ ବଡି ପାଣି ଆସୁଥିବା ବେଳେ ଝଞ୍ଜାବତି ନଦୀ ପାରି ହେଉଛନ୍ତି। ଲୋକେ ପି ଡି ଏସ ଚାଉଳ ମୁଣ୍ଡରେ ବହି ନେବା ହୋଇ ପାରୁ ନାହିଁ। ଗର୍ଭବତୀ, ରୋଗୀ ଓ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ବନ୍ଧୁଗାଁ ସଦର କୁ ଲୋକେ ଆସି ପାରୁ ନାହାଁନ୍ତି। ଠିକାଦାର ଦୀର୍ଘ ପ୍ରାୟ ଏକ ବର୍ଷ ଧରି କାମ ନ କରି ଅଟକାଇ ରଖିବା ପୁଣି ଡି ଯନ୍ତ୍ରୀ ରଞ୍ଜିତ ବେହେରା ଠିକାଦାର ଙ୍କୁ ତାଗିଦ ନ କରୁ ଥିବାରୁ କାମ ଅଟକି ରହିଛି। ଏପଟେ ଗୋତିପୁଟ ଗାଁ ବିଛିନ୍ନ ହୋଇ ଥିବା ବେଳେ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁଣି ପରିବାର ଗୁଡିକ ନିଜ ନିତ୍ୟ ବ୍ୟବହୃତ ଜିନିଷ କିଣିବା ପାଇଁ ବଡି ପାଣି ଆସୁଥିବା ବେଳେ ଝଞ୍ଜାବତି ନଦୀ ପାରି ହେଉ ଥିବା ବେଳେ ଅସହାୟ ଲୋକଙ୍କ ଜୀବନ ଚାଲିଯିବା ଯଥେଷ୍ଟ ସମ୍ଭାବନା ରହିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ଅତିଶିଘ୍ର ରାସ୍ତା କାମ ପିଚୁ କରିବାକୁ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ନାଗା ପୀଡିକା ସମେତ ସମସ୍ତ ଗ୍ରାମବାସୀ ଅନୁରୋଧ କରିଛନ୍ତି।
