Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବନ୍ଧୁତାକୁ ନୂଆ ବଳ; ସୁଦୃଢ଼ ହେବ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ

Posted on December 5, 2025

ଭାରତର ଚିର ମିତ୍ର ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଆଗମନ ଦେଶରେ ନୂଆ ଉତ୍ସାହ ଭରିଛି । ପୁଟିନ୍‌ଙ୍କ ୩୦ ଘଣ୍ଟାର ଏହି ଯାତ୍ରା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୩ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀରେ ସେ ଯୋଗଦେବେ । ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତି ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବଢ଼ାଇବା ନେଇ ଉଭୟ ଦେଶ ନୂଆ ରଣନୀତି ପ୍ରସ୍ତୁତ କରିବେ । ଆମେରିକା, ଚୀନ୍ ଓ ପାକିସ୍ତାନ ଭଳି ଦେଶ ଭାରତ ବିରୋଧୀ ଆଭିମୁଖ୍ୟ ଆପଣାଉଥିବା ବେଳେ ରୁଷ୍ କିନ୍ତୁ ନିଜ ଜାଗାରେ ସ୍ଥିର ରହିଛି । ଆମେରିକା କେବଳ ସ୍ୱାର୍ଥ ପାଇଁ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରିଥାଏ । କିନ୍ତୁ ରୁଷ୍ ସୁଖଦୁଃଖର ସାଥୀ ଭାବେ ଅନେକ ଘଟଣାରେ ଭାରତର ସାଥ୍ ଦେଇଛି ।

ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂର ବେଳେ ରାଷ୍ଟ୍ରପତି ପୁଟିନ୍ ଦୃଢ଼ ସମର୍ଥନ ଜଣାଇଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ଭଳି ନେତା ଦୁଇପାଖିଆ କଥା କହିଥିଲେ । ପୁଟିନ୍ କିନ୍ତୁ ସିଧାସଳଖ ଭାବେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଥିଲେ । ଏମିତି କି ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ ବି ଯଥୋଚିତ ଦର୍ଶାଇଥିଲେ । ରୁଷ୍ ପ୍ରଦତ୍ତ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସ୍-୪୦୦ ପାକିସ୍ତାନୀ ଯୁଦ୍ଧ ବିମାନ ଏବଂ ମିସାଇଲ୍କୁ ଶକ୍ତ ଜବାବ ଦେଇଥିଲା । ରୁଷ୍କୁ ଭାରତର ଚିର ମିତ୍ର କୁହାଯିବାରେ ଅନେକ କାରଣ ରହିଛି । ବିଶେଷକରି ଯୁଦ୍ଧ ବେଳେ ଏହା ସର୍ବଦା କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛି । ନୂଆଦିଲ୍ଲୀରେ ମୋଦି-ପୁଟିନ୍ଙ୍କ ଭେଟ ଉପରେ ବିଶ୍ୱର ନଜର ରହିଛି । ବିଶେଷକରି ଉଭୟ ଦେଶର ଲୋକଙ୍କ ମଧ୍ୟରେ ପୁଟିନ୍ଙ୍କ ଗସ୍ତ ନୂଆ ଉତ୍ସାହ ଭରିଛି । ଏବେ ପୁଟିନ୍ ଭାରତକୁ ଏସ୍ୟୁ-୫୭ ଯୁଦ୍ଧ ବିମାନ ଏବଂ ଏସ୍-୫୦୦ ବାୟୁ ପ୍ରତିରକ୍ଷା ଯୋଗାଇବାକୁ ପ୍ରସ୍ତୁତ ହୋଇଛନ୍ତି ।

ଅନ୍ୟପକ୍ଷରେ ମୋଦି-ପୁଟିନ୍‌ ଏହି ସାକ୍ଷାତ ଆମେରିକା, ଚୀନ୍ ଓ ପାକିସ୍ତାନ ପାଇଁ ଝଟ୍‌କା ସଦୃଶ ହୋଇଛି । ରୁଷ୍‌ଠାରୁ ଭାରତକୁ ଦୂରେଇ ଦେବା ଲାଗି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଚାପ ପକାଇ ଆସୁଛନ୍ତି । ପ୍ରଥମେ ସେ ରୁଷ୍ଠାରୁ ଏସ୍୪୦୦ କିଣିଲେ ଭାରତ ପାଇଁ ମହଙ୍ଗା ପଡ଼ିବ କହି ଚେତାବନୀ ଦେଇଥିଲେ । କିନ୍ତୁ ମୋଦି ଏହି ଧମକକୁ ଅବଜ୍ଞା କରି ଏସ୍-୪୦୦ କିଣିଥିଲେ । ଏବେ ଆହୁରି ଏସ୍-୪୦୦ କିଣିବା ପାଇଁ ଭାରତ ଚାହୁଁଛି । ପଡ଼ୋଶୀ ପାକିସ୍ତାନ ଏବଂ ଚୀନ୍ ତରଫରୁ ସୃଷ୍ଟ ବିପଦକୁ ଦୃଷ୍ଟିରେ ରଖି ଏହି ଅମୋଘ ଅସ୍ତ୍ର ଜରୁରି ହୋଇପଡ଼ିଛି । ଟ୍ରମ୍ପ୍ ଯେତେ ଚେଷ୍ଟା କଲେ ବି ଭାରତ-ରୁଷ୍ ସମ୍ପର୍କ ଅତୁଟ ରହିବା ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme