Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବନ୍ଦ ହୋଇଯିବ ନାସାର ସବୁଠୁ ବଡ଼ ଲାଇବ୍ରେରୀ

Posted on January 2, 2026

ମେରିଲ୍ୟାଣ୍ଡର ଗ୍ରୀନ୍‌ବେଲ୍ଟରେ ଥିବା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ସର୍ବବୃହତ ପାଠାଗାର ଶୁକ୍ରବାରଠାରୁ ସ୍ଥାୟୀ ଭାବେ ବନ୍ଦ ହୋଇଯିବ । ୧୯୫୯ ମସିହାରେ ସ୍ଥାପିତ ଏହି ପାଠାଗାର ବୈଶ୍ୱିକ ସ୍ପେସ୍ ଏଜେନ୍ସିର ଏକ ବଡ଼ ଗବେଷଣା କେନ୍ଦ୍ର । ଏଥିରେ ୧ ଲକ୍ଷରୁ ଅଧିକ ପୁସ୍ତକ, ଦସ୍ତାବିଜ୍ ରହିଥିବା ଏହି ଲାଇବ୍ରେରୀ ବନ୍ଦ କରାଯିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପୁନଃସଙ୍ଗଠନ ଅଭିଯାନର ଏକ ଅଂଶ । ଏହି ଲାଇବ୍ରେରୀ ଅଧୀନରେ ଆସୁଥିବା ଏବଂ ପ୍ରାୟ ୧.୨୭୦ ଏକରରେ ବ୍ୟାପିଥିବା କ୍ୟାମ୍ପସ୍‌ରେ ୧୩ଟି କୋଠା, ୧୦୦ରୁ ଅଧିକ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ପ୍ରୟୋଗଶାଳା ବା ଲାବୋରେଟୋରୀକୁ ବନ୍ଦ କରିଦିଆଯିବ ।

ନାସା ଗୋଡାର୍ଡ ସୂଚନା ଏବଂ ସହଯୋଗ କେନ୍ଦ୍ର ହବଲ ସ୍ପେସ୍ ଟେଲିସ୍କୋପ୍ ଏବଂ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ସମେତ ଅନେକ ପ୍ରମୁଖ ମିଶନରେ ବେଶ୍ ଉପଯୋଗୀ ହୋଇଥିଲା । ନାସାର ଜଣେ ମୁଖପାତ୍ର ଜାକୋବ୍ ରିଚମଣ୍ଡ କହିଛନ୍ତି ଯେ, ଏହି ସ୍ପେସ୍ ଏଜେନ୍ସି ଆସନ୍ତା ୨ ମାସରେ ଲାଇବ୍ରେରୀର ସମୀକ୍ଷା କରିବ । ଜରୁରି ସାମଗ୍ରୀକୁ ସରକାରୀ ଗୋଦାମରେ ସଂରକ୍ଷିତ ରଖାଯିବ ଏବଂ ଅବଶିଷ୍ଟ ଜିନିଷକୁ ଫିଙ୍ଗି ଦିଆଯିବ । ଗୋଡାର୍ଡ ଇଞ୍ଜିନିୟର୍ସ, ବୈଜ୍ଞାନିକ ଏବଂ ଟେକ୍ନିସିଆନ ଆସୋସିଏସନର ୱେବସାଇଟରେ ପୋଷ୍ଟ ହୋଇଥିବା ଏକ ବିବୃତ୍ତି ଅନୁଯାୟୀ, ମହାକାଶଯାନ ପରୀକ୍ଷଣ ଲାଗି ଡିଜାଇନ ହୋଇଥିବା ସ୍ୱତନ୍ତ୍ର ଉପକରଣ ଏବଂ ଇଲେକ୍ଟ୍ରୋନିକ୍ସ ଜିନିଷଗୁଡ଼ିକୁ ବାହାର କରି ଫିଙ୍ଗି ଦିଆଯାଇଛି । ଫେଡେରାଲ ଏଜେନ୍ସିଗୁଡ଼ିକ ଦ୍ୱାରା ଏହି ପ୍ରକ୍ରିୟା ଆପଣାଯାଏ । ଫେଡେରାଲ ମାଲିକାନାର ସମ୍ପତ୍ତିକୁ ଠିକ୍ ଢଙ୍ଗରେ ନଷ୍ଟ କରିବା ଲାଗି ଏପରି ହୋଇଥାଏ ବୋଲି ରିଚ୍‌ମଣ୍ଡ କହିଛନ୍ତି ।

ଆମେରିକାରେ ୨୦୨୨ରୁ ନାସାର ୭ଟି ଲାଇବ୍ରେରୀ ବନ୍ଦ କରାଯାଇଛି । କେବଳ ୨୦୨୫ରେ ୩ଟି ପାଠାଗାର ବନ୍ଦ ହୋଇଛି । ଟ୍ରମ୍ପ୍ ପ୍ରଶାସନର ଏପରି ନିଷ୍ପତ୍ତିକୁ ଡେମୋକ୍ରାଟମାନେ ବିରୋଧ କରିଛନ୍ତି । ସିନେଟର କ୍ରିସ୍ ଭ୍ୟାନ୍ ହୋଲେନ କହିଛନ୍ତି, ଏପରି ଭାବେ ନାସା ଲାଇବ୍ରେରୀ ବନ୍ଦ କରାଯିବା ଚିନ୍ତା ଜନକ । ଟ୍ରମ୍ପ୍ ପ୍ରଶାସନ ବର୍ଷକ ଭିତରେ ନାସା ଗୋଡାର୍ଡ ଏବଂ ଏହାର ୱାର୍କଫୋର୍ସ ଉପରେ କ୍ଷତିସାଧନକାରୀ ଆକ୍ରମଣ କରୁଛନ୍ତି । ଏହା ମହାକାଶରେ ଆମର ଗବେଷଣା, ଉଦ୍ଭାବନ, ପୃଥିବୀ ବିଷୟରେ ଆମ ବୁଝିବା ଦକ୍ଷତା ଏବଂ ପ୍ରଯୁକ୍ତିର ବିକାଶ ପଥରେ ବାଧା ଭଳି । ଆମ ଅର୍ଥବ୍ୟବସ୍ଥାକୁ ମଜଭୁତ କରୁଥିବା ଏବଂ ଦେଶକୁ ସୁରକ୍ଷିତ ରଖୁଥିବା ସଂସ୍ଥାର ସାଧନ ଉପରେ ଏପରି ନିଷ୍ପତ୍ତି ଦେଶ ହିତକାରୀ ନୁହେଁ ବୋଲି ଭ୍ୟାନ୍ ହୋଲେନ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme