Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବନ୍ଦ ହୋଇଯିବ ଇରାନରେ ଭାରତୀୟଙ୍କ ଭିସା ଫ୍ରି ଏଣ୍ଟ୍ରି

Posted on November 19, 2025

ଇରାନ ଏକ ଏମିତି ନିଷ୍ପତ୍ତି ନେଇଛି, ଯେଉଁଥିରେ ଭାରତୀୟଙ୍କ ମୁସ୍କିଲ ବଢିବାରେ ଲାଗିଛି। ୨୨ ନଭେମ୍ୱରରେ ଇରାନରେ ଭାରତୀୟଙ୍କ ଭିସା ଫ୍ରି ଏଣ୍ଟ୍ରି ବନ୍ଦ ହୋଇ ଯିବ। ଏହାପଛର କାରଣ , ଠକୋଇ ଓ ତସ୍କରୀର ବୃଦ୍ଧି ମାମଲା। କହି ରଖୁଛୁ କି , ଫେବ୍ରୁଆରୀ ୨୦୨୪ରେ ଇରାନ ଭାରତୀଙ୍କ ଭିସା ଛାଡ଼ କରିଥିଲା। ଏହାର ଉଦ୍ଦେଶ୍ୟ ଟୁରିଜିମ୍‌କୁ ବୃଦ୍ଧି କରାଇବା ଥିଲା। କିନ୍ତୁ ଏହାପର ଠାରୁ ଅନେକ ଘଟଣା ଘଟିଛି, ଯେଉଁଥିରେ ଭାରତୀୟଙ୍କୁ ଚାକିରିର ମିଛ ପ୍ରତିଶ୍ରୁତି କରି ଇରାନ ଡ଼କା ଯାଇଛି। କେବଳ ଏତିକି ନୁହେଁ, କିଛି ମାମଲାରେ ତ ଭାରତୀୟଙ୍କୁ ଏହା ମଧ୍ୟ ଲୋଭ ଦିଆଯାଇ ଥିଲା ଯେ,ତାଙ୍କୁ ଅନ୍ୟ ଦେଶରେ ପହଞ୍ଚାଇ ଦିଆଯିବ। ଏହାକୁ ଦେଖି ଇରାନ ଏହି ପଦକ୍ଷେପ ନେଇଛି।

ଭାରତରେ ଇରାନୀ ଦୂତାବାସ ଏହାକୁ ନେଇ ଏକ୍ସରେ ପୋଷ୍ଟ କରିଛି। ଏଥିରେ ଲେଖା ଯାଇଛି ଯେ, ଇସଲାମିକ୍‌ ରିପବ୍ଲିକ୍‌ ଅଫ୍‌ ଇରାନରେ ସାଧାରଣ ପାସପୋର୍ଟଧାରୀ ଭାରତୀୟ ନାଗରିକଙ୍କ ପାଇଁ ୱାନ-ୱେ ଟୁରିଷ୍ଟ ଭିସା ରଦ୍ଦ କରିବା ନିୟମର କାର୍ଯ୍ୟନ୍ୱୟନ ୨୨ ନଭେମ୍ୱର ୨୦୨୫ରୁ ନିଲମ୍ୱିତ କରିଦିଆ ଯାଇଥିଲା। ଇରାନରେ ଭାରତୀୟଙ୍କ ଭିସା ଫ୍ରି ଏଣ୍ଟ୍ରିର ଉଦ୍ଦେଶ୍ୟ ଟୁରିଜିମ୍‌କୁ ବୃଦ୍ଧି କରାଯାଇବା ଥିଲା। ଏହି ଅନୁସାରେ ପ୍ରତି ଛଅ ମାସରେ ୧୫ ଦିନ ପାଇଁ ଛାଡ଼ ମିଳୁଥିଲା।ହେଲେ ଏହା ରୋଜଗାର ପାଇଁ ବୈଧ ନଥିଲା।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହାକୁ ନେଇ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ, ସରକାରଙ୍କ ଧ୍ୟାନ ଏମିତି ଅନେକ ଘଟଣାଦିଗକୁ ଆକର୍ଷିତ କରାଯାଇଛି, ଯେଉଁଥିରେ ଭାରତୀୟ ନାଗରିକଙ୍କୁ ରୋଜଗାରର ମିଛ ପ୍ରତିଶ୍ରୁତି କିମ୍ୱା ୩ୟ ଦେଶକୁ ପଠାଇବାର ଆଶ୍ୱାସନା ଦେଇ ଇରାନ ନିଆଯାଇ ଥିଲା। ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ଉପାୟର ଉଦ୍ଦେଶ୍ୟ ଏହା ଯେ, ଅପରାଧିକ ତତ୍ତ୍ୱ ସୁବିଧାର ଦୁରୁପଯୋଗ କରି ପାରିବେ ନାହିଁ। ଏହି ମୁତାବିକ , ସାଧାରଣ ପାସପୋର୍ଟ ଥିବା ଭାରତୀୟ ନାଗରିକଙ୍କୁ ଇରାନରେ ପ୍ରବେଶ କରିବା କିମ୍ୱା ତାହା ମଧ୍ୟଦେଇ ଯିବା ପାଇଁ ଭିସା ଜରୁରୀ ହେବ। ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଇରାନ ଯିବାକୁ ଇଚ୍ଛୁକ ସବୁ ଭାରତୀୟ ନାଗରିକଙ୍କୁ ସତର୍କ ରହିବା ଏବଂ ଭିସା-ମୁକ୍ତ ଯାତ୍ରା କିମ୍ୱା ଇରାନ ମଧ୍ୟ ଦେଇ ୩ୟ ଦେଶକୁ ଯାତ୍ରାର ପ୍ରସ୍ତାବ ଦେଉଥିବା ଏଜେଣ୍ଟ ଠାରୁ ରକ୍ଷା ପାଇବାକୁ ପରାମର୍ଶ ଦଆଯାଏ।

କିଛି ସ୍ୱତନ୍ତ୍ରତା ଯୋଗୁଁ ଇରାନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ଏଠାରେ ଇସଫହାନ ଓ ସିରାଜ ହେରିଟେଜ୍‌ ସିଟିଜ୍‌ ଅଛି। ଏହା ବ୍ୟତୀତ କୌମ ଓ ମସହଦ ଭଳି ତୀର୍ଥସ୍ଥଳ ମଧ୍ୟ ଅଛି, ସାରା ବିଶ୍ୱର ଧାର୍ମିକ ଅନୁଗାମୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme