Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଦଳୁଛି ପୁନର୍ବିବାହ ବିଚାର,୨୮% ଭାରତୀୟ ବିଚ୍ଛେଦ ପରେ ପୁନର୍ବିବାହ ଲାଗି ପ୍ରସ୍ତୁତ

Posted on December 18, 2025

ଧାର୍ମିକ ତଥା ପାରମ୍ପରିକ ବିଧିବିଧାନର ସହ ଈଶ୍ୱରଙ୍କୁ ସାକ୍ଷୀ ରଖି ବିବାହ କରୁଥିବା ଦମ୍ପତି ସାଥୀ ହୋଇ ଖୁସିରେ ଜୀବନ ବିତାଇବାକୁ ପରସ୍ପରକୁ ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ବାସ୍ତବରେ ସେମାନେ ସର୍ବଦା ଖୁସିରେ ରହିପାରନ୍ତି ନାହିଁ ।କିଛି ଦମ୍ପତିଙ୍କ ସମ୍ପର୍କ ଭାଙ୍ଗିଯାଏ ଏବଂ ବିଭିନ୍ନ କାରଣ ପାଇଁ ସେମାନେ ପରସ୍ପରଠୁ ଅଲଗା ହେବାକୁ ନିଷ୍ପତ୍ତି ନିଅନ୍ତି । ବିବାହ ବିଚ୍ଛେଦ ଆଜି ବି ଏକ ସାମାଜିକ କଳଙ୍କହୋଇ ରହିଛି । ପୁଣି ଥରେ ଭଲପାଇବା ଏବଂପୁନର୍ବିବାହ ଏବେ ବି ସମାଲୋଚନାର କେନ୍ଦ୍ରବିନ୍ଦୁ ହେଉଛି ।

ତେବେ ଏ ନେଇ ଏବେ ଲୋକଙ୍କ ବିଚାର ବଦଳୁଛି । ଦୁଃଖୀ ବୈବାହିକ ସମ୍ପର୍କ ଅପେକ୍ଷା ବିଚ୍ଛେଦ ଭଲ ଓ ସ୍ୱାସ୍ଥ୍ୟପ୍ରଦ ବୋଲି ଅନେକ ଦମ୍ପତି ଗ୍ରହଣ କରୁଛନ୍ତି । ଛାଡ଼ପତ୍ର ନେଇଥିବା, ଅଲଗା ରହୁଥିବା ଏବଂ ବିଧବାଙ୍କ ବିବାହ ପାଇଁ ଯୋଡ଼ି ଖୋଜୁଥିବା ଆପ୍ ‘ରିବାଉଣ୍ଡ୍’ ଏ ନେଇ ଏକସର୍ଭେ କରିଛି । ଏଥିରୁ ପୁନର୍ବିବାହ ପ୍ରତି ଲୋକଙ୍କମନୋଭାବ ଏବେ ବଦଳୁଛି ବୋଲି ଆପ୍ ଦର୍ଶାଇଛି । ସର୍ଭେରେ ଅଂଶଗ୍ରହଣ କରିଥିବା ଲୋକଙ୍କ ମଧ୍ୟରୁ ୨୮ ପ୍ରତିଶତ କହିଛନ୍ତି, ଛାଡ଼ପତ୍ର ପରେ ପୁଣିଥରେ ଜୀବନ ଆରମ୍ଭ କରିବାକୁ ସେମାନେ ପ୍ରସ୍ତୁତ । ପୂର୍ବର ବିବାହ ସେମାନଙ୍କ ଜୀବନର ପରିଚୟ ହେଉବୋଲି ସେମାନେ ଚାହାନ୍ତି ନାହିଁ । ଉଲ୍ଲେଖଯୋଗ୍ୟ,ମହିଳା ଏହି ପରିବର୍ତ୍ତନର ମଙ୍ଗୁଆଳ ହୋଇଛନ୍ତି ।

ଗତ ନଭେମ୍ବର ମଧ୍ୟଭାଗରୁ ଚଳିତ ଡିସେମ୍ବର ମଧ୍ୟଭାଗ ମଧ୍ୟରେ ପରିଚାଳିତ ଏହି ସର୍ଭେରେପୂର୍ବରୁ ବିବାହିତ ୫,୮୩୭ ଜଣ ସାମିଲ ହୋଇଥିଲେ । ସେମାନେ ଅନ୍ୟମାନଙ୍କୁ ଡେଟ୍ କରୁଥିଲେ । ଅଂଶଗ୍ରହଣକାରୀଙ୍କ ବୟସ ୨୮-୫୦ବର୍ଷ ମଧ୍ୟରେ ଥିଲା । ମେଟ୍ରୋଠୁ ଆରମ୍ଭ କରି ଛୋଟସହରର ଲୋକେ ଏଥିରେ ସାମିଲ ଥିଲେ । ସର୍ଭେ ଅନୁସାରେ, ବିବାହ ବିଚ୍ଛେଦ ହୋଇଥିବାଦେଶର ମେଟ୍ରୋ ସହରରେ ରହୁଥିବା ୩୫ପ୍ରତିଶତରୁ ଅଧିକ ମହିଳା ପୁଣି ଥରେ ଜୀବନଆରମ୍ଭ କରିବା ଲାଗି ଯୋଡ଼ି ଖୋଜୁଥିବାଆପ୍ଗୁଡ଼ିକର ସାହାଯ୍ୟ ନେଉଛନ୍ତି । ଏ ନେଇ ସେମାନେ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି,ତଥାପି ପୁରୁଷଙ୍କ ତୁଳନାରେ ପୁନର୍ବିବାହ ସମୟରେନିଜ ଆଶା-ପ୍ରତ୍ୟାଶା ବିଷୟରେ ଭାବନାତ୍ମକ ରୂପେସେମାନେ ଅଧିକ ସ୍ୱଚ୍ଛ ।

ରିବାଉନ୍ସର ପ୍ରତିଷ୍ଠାତା ଓ ସିଇଓ ରବି ମିତ୍ତଲ କହିଛନ୍ତି, ଭାରତରେ ପୁନର୍ବିବାହକୁ ଏକ ବୁଝାମଣାରୂପେ ଦେଖାଯାଉଥିଲା । କିନ୍ତୁ ବର୍ତ୍ତମାନ ଏଥିରେଯେଉଁ ପରିବର୍ତ୍ତନ ହେଉଛି, ତାହା ଆଖି ଖୋଲିଦେଇଛି । ପୁନର୍ବିବାହକୁ କଦାପି ପରିଣତ ବୟସରସାଥୀ ଖୋଜିବା କିମ୍ବା ଏକ ନୂଆ ଜୀବନର ଶୁଭାରମ୍ଭଭାବେ ଦେଖାଯାଉନଥିଲା । ଏବେ କିନ୍ତୁ ଏହି ବିଚାରବଦଳୁଛି- ଅଧିକ ସ୍ୱାସ୍ଥ୍ୟକର, ଶାନ୍ତିପୂର୍ଣ୍ଣ ଓ ଅନୁକୂଳହୋଇଛି ।ସର୍ଭେରୁ ଜଣାପଡ଼ିଲା, ଛାଡ଼ପତ୍ର ନେଇଥିବା ଓଅଲଗା ରହୁଥିବା ୩୦-୪୦ ବର୍ଷୀୟ ପୁରୁଷଙ୍କବିଚାରଧାରା କିନ୍ତୁ ଭିନ୍ନ । ସେମାନେ କେବଳସମାଜରେ ଲୋକଙ୍କ ବିଚାର ଓ ପ୍ରତ୍ୟାଖ୍ୟାନକୁଭୟ କରୁନାହାନ୍ତି, ପୁରୁଣା ସମ୍ପର୍କର ପୁନରାବୃତ୍ତିକୁନେଇ ମଧ୍ୟ ଭୟଭୀତ । ପୁନର୍ବିବାହ ପାଇଁ ପ୍ରସ୍ତୁତ୫ରେ ୩ ପୁରୁଷ ନୂଆ ସମ୍ପର୍କ ପ୍ରତି ପ୍ରତିଶ୍ରୁତିବଦ୍ଧହେବା ପୂର୍ବରୁ ଭାବନାତ୍ମକ ଦିଗ ଓ ନିଜ ଲକ୍ଷ୍ୟବିଷୟରେ ଆଲୋଚନା ଉପରେ ଗୁରୁତ୍ୱ ଦେଉଛନ୍ତି ।୨୧ ପ୍ରତିଶତ ପୁରୁଷ ସ୍ୱୀକାର କରିଛନ୍ତି ଯେ ପ୍ରଥମବିବାହ ବିଫଳ ହେବା ପରେ ସେମାନେ ସେହିଭୟଙ୍କର ସ୍ଥିତି ସହିତ ସଂଘର୍ଷ କରୁଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme