
ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ଏବଂ ଜନଶକ୍ତି ଜନତା ଦଳ (ଜେଜେଡି) ନେତା ତେଜ ପ୍ରତାପ ଯାଦବଙ୍କୁ କେନ୍ଦ୍ର ସରକାର ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରିଛନ୍ତି । ଗୃହ ମନ୍ତ୍ରଣାଳୟର ଆଦେଶ ପରେ ସିଆରପିଏଫ ତାଙ୍କ ସୁରକ୍ଷା ବଢ଼ାଇଛି ।
ନୂଆ ସୁରକ୍ଷା ବ୍ୟବସ୍ଥାରେ ତେଜ ପ୍ରତାପଙ୍କ ସହ ୧୧ ଜଣ ଆର୍ମଡ କମାଣ୍ଡୋ ଏବଂ ୫ ଜଣ ଷ୍ଟାଟିକ ପୋଲିସ ଜବାନ ରହିବେ । ସେହିପରି ୬ ପିଏସଓ ୩ଟି ସିଫ୍ଟରେ ତାଙ୍କ ସୁରକ୍ଷା ଦେଖିବେ ।
ମୋକାମାରେ ଦୁଲାରଚାନ୍ଦ ଯାଦବ ହତ୍ୟା ପରେ ତେଜ ପ୍ରତାପ ନିଜ ସୁରକ୍ଷା ପାଇଁ ଚିନ୍ତା ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ବିହାରରେ ଅପରାଧିକ ଘଟଣା ବଢ଼ିଛି ଏବଂ ନିର୍ବାଚନ ସମୟରେ ନିଜକୁ ଟାର୍ଗେଟ କରାଯାଇପାରେ ।
ତେଜ ପ୍ରତାପ ଯାଦବ ଏବେ ବିହାରର ମହୁଆ ସିଟରୁ ନିର୍ବାଚନ ଲଢ଼ୁଛନ୍ତି ଏବଂ ତାଙ୍କ ପାର୍ଟି ଜେଜେଡି ପକ୍ଷରୁ ରୋଜଗାର ଏବଂ ପରିବର୍ତ୍ତନର ପ୍ରତିଶ୍ରୁତି ଦେଇଛନ୍ତି ।

