Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଢ଼ିବ ରାତି ତାପମାତ୍ରା, ୨ଦିନରେ ୨ରୁ ୩ ଡିଗ୍ରୀ ଉପରମୁହାଁ ହେବ ପାରଦ

Posted on January 29, 2026

ରାଜ୍ୟରେ ରାତିର ତାପମାତ୍ରା ଆହୁରି ବଢ଼ିବ । ଶୀତ କମିବ । ଆସନ୍ତା ୨ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ଆହୁରି ବଢ଼ିବ । ଫେବ୍ରୁଆରୀ ୧ ଯାଏ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ରହିବା ସହ କାକର ପଡ଼ିବ । ଆଜି ୬ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱରରେ ରାତିର ତାପମାତ୍ରା ଆସନ୍ତା ୨୪ ଘଣ୍ଟାରେ ୧୭ ଡିଗ୍ରୀ ରହିବ । ଏପରି ଆକଳନ କରିଛି ପାଣିପାଗ ବିଭାଗ ।

ଗୁରୁବାର ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ନୟାଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ । ଏଥିସହ ପାଣିପାଗ ବିଭାଗ ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଶୁକ୍ରବାର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ଗଞ୍ଜାମ, ଗଜପତି ଓ କଟକର କିଛି ସ୍ଥାନରେ କୁହୁଡି଼ ଦେଖିବାକୁ ମିଳିବ । ଶନିବାର ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ ଜଗତ୍ସିଂହପୁରରେ କୁହୁଡ଼ି ହେବ ।

ଫୁଲବାଣୀରେ ରାତିର ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି । ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରୀ ରହିଥିବା ବେଳେ ରାତିରେ ସର୍ବାଧିକ ତାପମାତ୍ରା ପୁରୀରେ ୮.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦିନରେ ସର୍ବାଧିକ ୩୧.୮ ଡିଗ୍ରୀ ଢେଙ୍କାନାଳରେ ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୩୧.୬ ଡିଗ୍ରୀ, ସମ୍ବଲପୁରରେ ୩୧.୫, ପାରଳାଖେମୁଣ୍ଡିରେ ୩୧.୪, ଟିଟିଲାଗଡ଼ରେ ୩୧.୩, ଭୁବନେଶ୍ୱରରେ ୩୧.୨ ଓ ଭବାନୀପାଟଣାରେ ୩୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme