Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଫେରୁଛି ମାଲକାନଗିରିକୁ ଶାନ୍ତି, BNS 163 ପ୍ରତ୍ୟାହାର, ଇଣ୍ଟରନେଟ କଟକଣା ବଳବତ୍ତର

Posted on December 14, 2025

ଧୀରେ ଧୀରେ ମାଲକାନଗିରିକୁ ଫେରୁଛି ଶାନ୍ତି । ରାଖାଲଗୁଡା ଓ ଏମଭି-26 ଗାଁରେ ପ୍ରତ୍ୟାହାର ହୋଇଛି BNS 163 । ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ପରେ ବିଏନଏସ ୧୬୩ ଲାଗୁ ହୋଇଥିଲା । ବିଏନଏସ ୧୬୩ ପ୍ରତ୍ୟାହାର ହୋଇଛି, କିନ୍ତୁ ଇଣ୍ଟରନେଟ କଟକକଣା ବଳବତ୍ତର ରହିଛି ।  ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା । ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଦିବାସୀ ନେତାଙ୍କ ସହ ଆଲୋଚନା ହୋଇଛି ।

ଜମିଜମା ବିବାଦର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ମାଲକାନଗିରି ଜିଲ୍ଲାପାଳ କହିଛନ୍ତି । ହତ୍ୟାକାଣ୍ଡର ଅଭିଯୁକ୍ତ ଶୁଖରଞ୍ଜନ ମଣ୍ଡଳ ଗିରଫ ହୋଇ ଜେଲ ଯାଇଥିବା ବେଳେ ଏମଭି 26 ହିଂସା କାଣ୍ଡରେ ଜଡିତ ୬ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ମୃତକଙ୍କ ପରିବାରକୁ ପୂର୍ବରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଉ ୪ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି । ସେହିପରି ହିଂସାକାଣ୍ଡରେ କ୍ଷତିଗ୍ରସ୍ତ ଲୋକଙ୍କୁ ଖୁବ ଶୀଘ୍ର କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme