
ଫିଲିପାଇନ୍ସରେ ଘୂର୍ଣ୍ଣିଝଡ଼ କଲମାଏଗିର ତାଣ୍ଡବ । ଏଯାଏଁ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି । ଜରୁରିକାଳୀନ ସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି । ଫିଲିପାଇନ୍ସରେ ଘୂର୍ଣ୍ଣିଝଡ଼ କଲମାଏଗି ଫିଲିପାଇନ୍ସକୁ ଛାରଖାର କରିଦେଇଛି । ପ୍ରାୟ ୨୪୧ ଜଣ ପ୍ରାଣ ଯାଇଥିବା ବେଳେ ଅନେକ ନିଖୋଜ ରହିଛି । ସେଠିକାର ପରିସ୍ଥିତି ଦେଖି ଫିଲିପାଇନ୍ସର ରାଷ୍ଟ୍ରପତି ଦେଶରେ ଆପତ୍କାଳୀନ ସ୍ଥିତି ଘୋଷଣା କରିଛନ୍ତି । ଦେଶର ପୂର୍ବ ପ୍ରାନ୍ତରେ ଥିବା ଲେଟେ ଓ କେବୁରେ ଘୂର୍ଣ୍ଣଝଢ଼ ଲ୍ୟାଣ୍ଡଫଲ୍ କରିଥିଲା । ପାଣିପାଗ ବିଭାଗର କହିବାନୁସାରେ, ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରୁ ଅଧିକ ରହିଥିଲା । ପରେ ଏହା ୧୯୫ କିଲୋମିଟରକୁ ବୃଦ୍ଧି ପାଇଥିଲା । ଯେଉଁଥିରେ ଘର ଭାଙ୍ଗିବା ସହ ପ୍ରବଳ ବର୍ଷା ଯୋଗୁ ଅନେକ ଲୋକ ବନ୍ୟାରେ ଭାସି ଯାଇଛନ୍ତି ।

