Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଫିକା ପଡ଼ିବ ଜିରୋ ନାଇଟ୍‌, ମିଳିବନି ଅସ୍ଥାୟୀ ମଦ ଲାଇସେନ୍ସ

Posted on December 30, 2025

 

ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍ । କାରଣ ଏଥର କଠୋର ହୋଇଛି ଅବକାରୀ ବିଭାଗ । ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଆବେଦନକୁ ଖରଜ କରି ଦେଇଛି ଅବକାରୀ ବିଭାଗ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟର ଶହ ଶହ ଇଭେଣ୍ଟ ଅର୍ଗାନାଇଜର ।

ଜିରୋ ନାଇଟ୍ ପାଇଁ ଗତ କିଛି ଦିନ ଧରି ଭୁବନେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିକଟରେ ଅସ୍ଥାୟୀ ଲାଇସେନ୍ସ ପାଇଁ ୩୦ଟି ଇଭେଣ୍ଟ ଅର୍ଗାନାଇଜର ଆବେଦନ କରିଥିଲେ । ଦିନିକିଆ ଲାଇସେନ୍ସ ପାଇଁ ଏମାନେ ଆବେଦନ କରିଥିଲେ। ଲୋକଙ୍କୁ ଦେଖି ଅବକାରୀ ବିଭାଗ ପାଖରେ ଲାଇସେନ୍ସ ଫି’ ଡିପୋଜିଟ୍ କରିବାକୁ ପଡିବ । ପୁରୁଣା ଅବକାରୀ ନିତି ଅନୁସାରେ, ୨୫ ଲୋକଙ୍କ ପାଇଁ ୩ ହଜାର, ୨୫ରୁ୧୦୦ ଲୋକଙ୍କ ପାଇଁ ୫ ହଜାର, ୧୦୧ ଲୋକଙ୍କ ଠାରୁ ୨୦୦ ଶହ ଲୋକଙ୍କ ପାଇଁ ୧୦ ହଜାର, ୨୦୧ରୁ୫୦୦ ଲୋକଙ୍କ ପାଇଁ ୧୫ ହଜାର, ୫୦୧-୧୦୦୦ ଲୋକଙ୍କ ପାଇଁ ଦିନିକିଆ ଅସ୍ଥାୟୀ ଲାଇସେନ୍ସ ଫି ୨୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ । ୧ ହଜାରୁ ଅଧିକ ଲୋକଙ୍କ ପାଇଁ ଦିନିକିଆ ଲାଇସେନ୍ସ ଫି’ ୨୫ ହଜାର ଟଙ୍କା ଦେବାକୁ ପଡିବ । ସେହି ହିସାବରେ ହୋଟେଲ୍, ମଲ୍, ଓ ବିଭିନ୍ନ କ୍ଲବ୍ ଓ ସୋସାଇଟି ପକ୍ଷରୁ ୩୦ଟି ଅସ୍ଥାୟୀ ଆବେଦନ କରାଯାଇଥିଲା । ସେମାନଙ୍କୁ ଗତ ଶନିବାରଠାରୁ ଲାଇସେନ୍ସ ମିଳିବାର ଥିଲା । ତେବେ ସମସ୍ତଙ୍କ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ ।

ଅବକାରୀ ଡେପୁଟି କମିଶନର କହିଛନ୍ତି, ଚଳିତ ବର୍ଷ ନୂଆ ବର୍ଷକୁ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ଯୋଜନା କରିଛନ୍ତି ସରକାର । ସେଥିପାଇଁ ଅସ୍ଥାୟୀ ଲାଇସେନ୍ସ ବାତିଲ କରିଛନ୍ତି । ଜାନୁଆରୀ ୧ ତାରିଖ ଠାରୁ ପୁଣି ଯେମିତି ଅସ୍ଥାୟୀ ଲାଇସେନ୍ସ ଦିଆଯାଏ, ତାହା ଦିଆଯିବ । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଳାରେ ଆବେଦନ କରିଥିବା ଇଭେଣ୍ଟ ଅର୍ଗାନାଇଜରଙ୍କ ଆବେଦନ ମଧ୍ୟ ଖାରଜ କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme