Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଫିକା ପଡ଼ିବ ଜିରୋ ନାଇଟ୍‌, ମିଳିବନି ଅସ୍ଥାୟୀ ମଦ ଲାଇସେନ୍ସ

Posted on December 30, 2025

 

ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍ । କାରଣ ଏଥର କଠୋର ହୋଇଛି ଅବକାରୀ ବିଭାଗ । ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଆବେଦନକୁ ଖରଜ କରି ଦେଇଛି ଅବକାରୀ ବିଭାଗ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟର ଶହ ଶହ ଇଭେଣ୍ଟ ଅର୍ଗାନାଇଜର ।

ଜିରୋ ନାଇଟ୍ ପାଇଁ ଗତ କିଛି ଦିନ ଧରି ଭୁବନେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିକଟରେ ଅସ୍ଥାୟୀ ଲାଇସେନ୍ସ ପାଇଁ ୩୦ଟି ଇଭେଣ୍ଟ ଅର୍ଗାନାଇଜର ଆବେଦନ କରିଥିଲେ । ଦିନିକିଆ ଲାଇସେନ୍ସ ପାଇଁ ଏମାନେ ଆବେଦନ କରିଥିଲେ। ଲୋକଙ୍କୁ ଦେଖି ଅବକାରୀ ବିଭାଗ ପାଖରେ ଲାଇସେନ୍ସ ଫି’ ଡିପୋଜିଟ୍ କରିବାକୁ ପଡିବ । ପୁରୁଣା ଅବକାରୀ ନିତି ଅନୁସାରେ, ୨୫ ଲୋକଙ୍କ ପାଇଁ ୩ ହଜାର, ୨୫ରୁ୧୦୦ ଲୋକଙ୍କ ପାଇଁ ୫ ହଜାର, ୧୦୧ ଲୋକଙ୍କ ଠାରୁ ୨୦୦ ଶହ ଲୋକଙ୍କ ପାଇଁ ୧୦ ହଜାର, ୨୦୧ରୁ୫୦୦ ଲୋକଙ୍କ ପାଇଁ ୧୫ ହଜାର, ୫୦୧-୧୦୦୦ ଲୋକଙ୍କ ପାଇଁ ଦିନିକିଆ ଅସ୍ଥାୟୀ ଲାଇସେନ୍ସ ଫି ୨୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ । ୧ ହଜାରୁ ଅଧିକ ଲୋକଙ୍କ ପାଇଁ ଦିନିକିଆ ଲାଇସେନ୍ସ ଫି’ ୨୫ ହଜାର ଟଙ୍କା ଦେବାକୁ ପଡିବ । ସେହି ହିସାବରେ ହୋଟେଲ୍, ମଲ୍, ଓ ବିଭିନ୍ନ କ୍ଲବ୍ ଓ ସୋସାଇଟି ପକ୍ଷରୁ ୩୦ଟି ଅସ୍ଥାୟୀ ଆବେଦନ କରାଯାଇଥିଲା । ସେମାନଙ୍କୁ ଗତ ଶନିବାରଠାରୁ ଲାଇସେନ୍ସ ମିଳିବାର ଥିଲା । ତେବେ ସମସ୍ତଙ୍କ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ ।

ଅବକାରୀ ଡେପୁଟି କମିଶନର କହିଛନ୍ତି, ଚଳିତ ବର୍ଷ ନୂଆ ବର୍ଷକୁ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ଯୋଜନା କରିଛନ୍ତି ସରକାର । ସେଥିପାଇଁ ଅସ୍ଥାୟୀ ଲାଇସେନ୍ସ ବାତିଲ କରିଛନ୍ତି । ଜାନୁଆରୀ ୧ ତାରିଖ ଠାରୁ ପୁଣି ଯେମିତି ଅସ୍ଥାୟୀ ଲାଇସେନ୍ସ ଦିଆଯାଏ, ତାହା ଦିଆଯିବ । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଳାରେ ଆବେଦନ କରିଥିବା ଇଭେଣ୍ଟ ଅର୍ଗାନାଇଜରଙ୍କ ଆବେଦନ ମଧ୍ୟ ଖାରଜ କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme