
ବ୍ରହ୍ମଗିରି : ବ୍ରହ୍ମଗିରି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗୋଲରା ଅଂଚଳର ଅଜୀବ ଜେନା ତାଙ୍କ ଭଣଜାଙ୍କ ସହିତ ଏକ ସ୍କୁଟିରେ ନିଜ ପୁଅକୁ ଡାକ୍ତରଖାନା ନେଇକି ଯିବା ବାଟରେ ହାତିଆ ଛକ ନିକଟରେ ଫାଇନାନ୍ସ କର୍ମଚାରୀ ତାଙ୍କୁ ଅଟକାଇଥିଲେ। ଗାଡି କିସ୍ତି ଖିଲାପ ଥିବା କଥା କୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଲୋକମାନେ ଆସିଯିବାରୁ ସେଠାରୁ ଅଜୀବ ଡାକ୍ତରଖାନା ପଳାଇଯାଇଥିଲେ। କିନ୍ତୁ ଫାଇନାନ୍ସ କର୍ମଚାରୀ ତାଙ୍କ ପିଛା ଛାଡି ନଥିଲେ। କେରାଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗେଟ ନିକଟରେ ପହଂଚି ପୁଣି ପାଟିତୁଣ୍ଡ କରିଥିଲେ। ଏବଂ ଫାଇନାନ୍ସ କର୍ମଚାରୀ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣ ରେ ମାମୁଁ ଅଜୀବ ଜେନାଙ୍କ ଜଙ୍ଘ ଓ ମୁଣ୍ଡ ଏବଂ ଭଣଜା ପୂର୍ଣ୍ଣ ଜେନାଙ୍କ ପେଟ ରେ ଗଭୀର ଆଘାତ ଲାଗି ଗୁରୁତ୍ବର ହୋଇଥିଲେ। ପ୍ରଥମେ କେରାଣ୍ଡିଆ ଡାକ୍ତରଖାନା ଚିକିତ୍ସା ହେବା ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥରେ ପହଂଚି ସ୍କୁଟି ଏବଂ ଫାଇନାନ୍ସ କର୍ମଚାରୀଙ୍କ ବାଇକ କୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ଫାଇନାନ୍ସ କର୍ମଚାରୀ ଚମ୍ପଟ ମାରିଛନ୍ତି।
