
ଚାଷୀମାନଙ୍କ ପାଇଁ ଆସିଛି ଖୁସି ଖବର । ଏବେଠାରୁ ଫସଲ ଯେକୂଣସି ଭଳି ନଷ୍ଟ ହେଲେ ବି ଚାଷୀମାନେ ପାଇ ପାରିବେ କ୍ଷତିପୂରଣ । ହାତୀ, ବାରହା ଭଳି ବନ୍ୟଜନ୍ତୁଙ୍କ ଆକ୍ରମଣରେ ନଷ୍ଟ ହେଉ କିମ୍ବା ବର୍ଷା–ବନ୍ୟା ଯୋଗୁଁ ଅନ୍ୟ ପ୍ରକାରର କ୍ଷତି ଘଟୁ—ଉଭୟ ପରିସ୍ଥିତିରେ ଏବେ ଫସଲ ମାଲିକଙ୍କୁ ମିଳିବ ସରକାରୀ ସହଯୋଗ ।
ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅଧୀନରେ ପୂର୍ବରୁ କେବଳ ଗୋଟିଏ ପ୍ରକାର ଫସଲ କ୍ଷତି ପାଇଁ କ୍ଷତିପୂରଣ ମିଳୁଥିଲା। କିନ୍ତୁ ଦୀର୍ଘଦିନ ଧରି ଚାଷୀମାନେ ଦୁଇ ପ୍ରକାରର ନଷ୍ଟ—ବନ୍ୟଜନ୍ତୁ ଆକ୍ରମଣ ଓ ପ୍ରାକୃତିକ ବିପଦ—ପାଇଁ ସମାନଭାବେ କ୍ଷତିପୂରଣ ଦାବି କରୁଥିଲେ।
ସେହି ଦାବିକୁ ସ୍ୱୀକାର କରି ସରକାର ଏବେ ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଏହା ଫଳରେ ଦେଶର ଲକ୍ଷ୍ୟାଧିକ ଚାଷୀ ଲାଭାନ୍ବିତ ହେବାର ଆଶା ରହିଛି

