Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଫରେଷ୍ଟ ଗାର୍ଡରେ ନିଯୁକ୍ତି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

Posted on December 19, 2025

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ଫରେଷ୍ଟ ଗାର୍ଡରେ ନିଯୁକ୍ତି କରାଇ ଦେବାକୁ କହି ୩ ଲକ୍ଷ ୨୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ । ପୋଲିସ ଏସଓଜିରେ କାର୍ଯ୍ୟ କରୁଥିବା ଜଣେ ଯବାନଙ୍କ ନାମରେ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । ବାରମ୍ବାର ଦେଇଥିବା ଟଙ୍କା ଫେରସ୍ତ କରିବାକୁ ଗୁହାରି କରି ବିଫଳ ହେବା ପରେ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ।

ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଭଟ୍ଟସାହି ଅଞ୍ଚଳର ସତ୍ୟଜିତ ମିଶ୍ରଙ୍କୁ ଓଡ଼ିଶା ଫରେଷ୍ଟ ଗାର୍ଡ ପଦବୀରେ ନିଯୁକ୍ତି କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ନିକଟସ୍ଥ ନଦୀଗାଁ ଅଞ୍ଚଳର ମୁନନ୍ ଦାସ । ଓଡ଼ିଶା ପୋଲିସର ଏସଓଜିରେ ସିପାହୀ ଭାବେ କାର୍ଯ୍ୟ କରୁଥିବା ମୁନନ ଏହି ନିଯୁକ୍ତି ଲାଗି ୬ ଲକ୍ଷ ଟଙ୍କା ଦାବି କରିବା ସହ ଅରଜିନାଲ

ମାଟ୍ରିକ୍ ସାର୍ଟିଫିକେଟ ଦେବାକୁ କହିଥିଲେ । ଜଣେ ପୋଲିସ ସିପାହୀଙ୍କଠାରୁ ଏହି ନିଯୁକ୍ତି ପ୍ରତିଶ୍ରୁତି ପାଇବା ପରେ ସତ୍ୟଜିତ ପ୍ରାୟ ଅଢ଼େଇ ବର୍ଷ ତଳେ ୩ ଲକ୍ଷ ୨୦ହଜାର ଟଙ୍କା ଅନଲାଇନରେ ମୁନନଙ୍କୁ ଦେବା ସହ ତାଙ୍କ ମାଟ୍ରିକ୍ ସାର୍ଟିଫିକେଟ ମଧ୍ଯ ଦେଇଥିଲେ ।

ଏହାମଧ୍ୟରେ ଫରେଷ୍ଟ ଗାର୍ଡରେ ନିଯୁକ୍ତି ସରିଲାଣି ଓ ଅନେକ ନିଯୁକ୍ତି ପାଇଲେଣି । ମାତ୍ର ସତ୍ୟଜିତଙ୍କୁ ନିଯୁକ୍ତି ନମିଳିବାରୁ ସେ ତାଙ୍କ ଟଙ୍କା ଓ ସାର୍ଟିଫିକେଟ୍ ଫେରସ୍ତ ଲାଗି ମୁନନଙ୍କୁ ବହୁବାର ଅନୁରୋଧ କରିଥିଲେ ବି ସେ ସମୟ ଗଡ଼ାଇ ଚାଲିଥିଲେ । ଶେଷରେ ନିରାଶ ହୋଇ ସତ୍ୟଜିତ ଧୁଷୁରୀ ଥାନାରେ ଏତଲା ଦେବା ପରେ ମାସକ ତଳେ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି । ତେବେ ଟଙ୍କା ନେଇଥିବା ମୁନନ ପୁଲିସ ବିଭାଗରେ କାର୍ଯ୍ୟରତ ଥିବାରୁ ତାଙ୍କୁ ଗିରଫ କରାଯାଉନି ବୋଲି ଅଭିଯୋଗ କରିବା ସହ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବିରେ ସେ ଭଦ୍ରକ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ଅନ୍ୟପକ୍ଷରେ ଏହି ଠକେଇ ଘଟଣା ନେଇ ଧୁଷୁରୀ ଥାନା ଆଇଆଇସିଙ୍କୁ ପଚାରିବାରୁ ମାସକ ତଳେ ମୁନନ୍ ଦାସଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛୁ ବୋଲି କ‌ହିଛନ୍ତି । ତେବେ ସେ ଗତ ୨ ମାସ ହେବ ଡ୍ୟୁଟିକୁ ନଯାଇ ଫେରାର୍ ଥିବା ସୂଚନା ଦେଇଛନ୍ତି ଆଇଆଇସି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme