Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଫରେଷ୍ଟର ବାବୁଙ୍କ ଘରୁ ପୁଳାପୁଳା ସୁନା ଓ ବିଡ଼ାବିଡ଼ା ଟଙ୍କା ଜବତ

Posted on December 27, 2025

କୋଟିପତି ଫରେଷ୍ଟରଙ୍କ ସମ୍ପତ୍ତି ଦେଖି ଭାଜିଲାନ୍ସ ତାଜୁବ। ଯେତେ ଖୋଳିଲେ ସେତେ ବାହାରୁଛି । ଭିଜିଲାନ୍ସ ହାତରେ ଲାଗିଛି ଫରେଷ୍ଟ ନିରଞ୍ଜନ ଶତପଥୀଙ୍କ ଟ୍ରାଭେଲ ହିଷ୍ଟ୍ରି । ମାଲେସିଆ ଓ ଥାଇଲାଣ୍ଡ ଭଳି ଜାଗାରେ ମଉଜ କରିଥିଲେ ସରକାରୀ ବାବୁ । ବିଦେଶୀ ଟଙ୍କାରେ ବିଦେଶରେ ମଉଜ କରିବାର ତାଲିକା ଖୋଲିଲା ଭିଜିଲାନ୍ସ । ରେଡ୍ ପରେ କୋରାପୁଟ ସିମିଳିଗୁଡାର କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

ତାଙ୍କ ଘରୁ ମିଳିଥିଲା ୧୨କୋଟି ମୂଲ୍ୟର ଗହଣା, ବିଡ଼ାବିଡ଼ା ଟଙ୍କା । ୯ଲକ୍ଷ ୨୮ହଜାର ଟଙ୍କାର ନଗଦ କ୍ୟାସ୍ ମିଳିଥିଲା । ବିଟ୍ କଏନରେ ଇନଭେଷ୍ଟ କରିଥିଲେ ଦେଢ଼ ଲକ୍ଷ । ବ୍ୟାଙ୍କ ଓ ଇନସୁରାନ୍ସ ଡିପୋଜିଟ୍ ମିଶାଇ ମିଳିଛି ୬୪ଲକ୍ଷ ଟଙ୍କା । ସୌଖୀନ ସାମଗ୍ରୀରେ ଘର ଭର୍ତ୍ତି ହୋଇଛି । ଗତକାଲି ଭୁବନେଶ୍ୱର ସମେତ ଜଗତସିଂହପୁର ଓ କୋରାପୁଟର ପାଞ୍ଚଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ । ୬୨୫ଟଙ୍କାରେ ଚାକିରି ଆରମ୍ଭ କରିଥିବା ଫରେଷ୍ଟର ନିରଞ୍ଜନ କୁବେରପୁରୀ ଭଳି ଘର କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme