
ହରିଆନାର ଫରିଦାବାଦରୁ ଜମ୍ମୁ-କାଶ୍ମୀର ପୋଲିସ ଓ ହରିଆନା ପୋଲିସ ମିଳିତ ଅଭିଯାନରେ ୩୦୦ କେଜି RDX, ୨ଟି AK-47 ବନ୍ଧୁକ ଓ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି। ଏହି ଅଭିଯାନ ଆତଙ୍କୀ ଯୋଗସଜାଗ ଅଭିଯୋଗରେ ହୋଇଥିଲା।
ପୋଲିସ ଏହି ମାମଲାରେ ଦୁଇଜଣ କାଶ୍ମୀରୀ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ଡାକ୍ତରମାନେ ହେଲେ ଆଦିଲ ଅହମ୍ମଦ ରାଥର ଓ ମୁଜାମିଲ ସକିଲ। ସୂଚନା ମିଳିଛି ଯେ ଡାକ୍ତର ଆଦିଲଙ୍କ ସୂଚନା ଆଧାରରେ ଫରିଦାବାଦରେ ଚଢ଼ଉ କରାଯାଇଥିଲା। ପୂର୍ବରୁ ପୋଲିସ କାଶ୍ମୀର ଭ୍ୟାଲିରେ ଆଦିଲଙ୍କ ଲକରରୁ ଏକ AK-47 ରାଇଫଲ ଓ ଗୁଳି ଜବତ କରିଥିଲା।
ସେହିପରି ଫରିଦାବାଦରୁ ଜବତ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାରେ ଡାକ୍ତର ମୁଜାମିଲଙ୍କ ହାତ ଥିବା ସନ୍ଦେହ ପୋଲିସ କରୁଛି। ବର୍ତ୍ତମାନ ଉଭୟ ଡାକ୍ତର ଜମ୍ମୁ ଓ କାଶ୍ମୀର ପୋଲିସ ହେପାଜତରେ ରହିଛନ୍ତି।
