
ଯଦି ଆପଣ ଅଧିକ ଦିନ ଧରି ପ୍ଲାଷ୍ଟିକ ଜାର୍ରେ ରଖାଯାଇଥିବା ଆଚାର ରଖି ଖାଉଛନ୍ତି, ତେବେ ସାବଧାନ ! କାରଣ ଏହା କର୍କଟ ରୋଗର କାରଣ ହୋଇପାରେ । ଆଚାରରେ ଅଧିକ ପରିମାଣରେ ଲୁଣ, ତେଲ ଏବଂ ମସଲା ଥାଏ । ଏହା ପ୍ଲାଷ୍ଟିକ ସଂସ୍ପର୍ଶରେ ଆସିଲେ ପ୍ଲାଷ୍ଟିକ BPA ଏବଂ ପାଥାଲେଟ୍ସ ଭଳି କ୍ଷତିକାରକ ରାସାୟନିକ ପଦାର୍ଥ ଛାଡ଼େ । ଏହି ରାସାୟନିକ ପଦାର୍ଥଗୁଡ଼ିକ ହେଉଛି ଏଣ୍ଡୋକ୍ଲାଇନ ବିଭ୍ରାନ୍ତକାରୀ ଯାହା ଆପଣଙ୍କ ହରମୋନର ସନ୍ତୁଳନକୁ ବିଗାଡ଼ିଥାଏ ।
କର୍କଟ ରୋଗ ନିବାରକ କେନ୍ଦ୍ରର ଡାକ୍ତରଙ୍କ କହିବାନୁସାରେ, ଯଦି ଆଚାର ଭୁଲ ପ୍ରକ୍ରିୟାରେ ସଂରକ୍ଷଣ କରାଯାଏ ତେବେ ତାହା କର୍କଟ ରୋଗର କାରଣ ହୋଇପାରେ । ପ୍ଲାଷ୍ଟିକରୁ ବାହାରୁଥିବା ବିଷାକ୍ତ ପଦାର୍ଥ ଆଚାରରେ ମିଶିଥାଏ ଯାହା ଦେହ ପାଇଁ କ୍ଷତିକାରକ । ଅନ୍ୟପଟେ ଅତ୍ୟଧିକ ଆଚାର ଖାଇବା ଦ୍ଵାରା ପାକସ୍ଥଳୀ କର୍କଟ ହେବାର ଆଶଙ୍କା ୫୦ % ବୃଦ୍ଧି ପାଏ । ଦକ୍ଷିଣ କୋରିଆବାସୀ ଆଚାର ଭଳି ଏକ ଖାଦ୍ୟପଦାର୍ଥ କିମଚିର ବହୁଳ ସେବନ କରିଥାନ୍ତି । ତେଣୁ ସେଠାରେ ପାକସ୍ଥଳୀ କର୍କଟ ରୋଗର ସର୍ବାଧିକ ମାମଲା ଦେଖାଯାଏ । ତେଣୁ ଶରୀରକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ପ୍ରତିଦିନ ଆଚାର ଖାଆନ୍ତୁ ନାହିଁ । ଡାକ୍ତର କାଚ ଏବଂ ସେରାମିକ ପାତ୍ରରେ ଆଚାର ସଂରକ୍ଷଣ କରିବାକୁ ପରାମର୍ଶ ଦେଇଥାନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଭଲ ।

