
ବଡଗଡ ଅଞ୍ଚଳରେ ରହୁଥିବା ଗୋଟିଏ ଯୁବତୀଙ୍କ ପ୍ରେମ ପ୍ରତାରଣା ଅଭିଯୋଗରେ ଏୟାରଫୋର୍ସର ଯବାନ ଗୋଲକ ବିହାରୀ ଦିକ୍ଷିତଙ୍କୁ ପୋଲିସ ଗିରଫ କରିଛି। ଭୁବନେଶ୍ବର ମାର୍କେଟ ବିଲ୍ଡିଂରୁ ତାଙ୍କୁ ବଡଗଡ ଥାନା ପୋଲିସ ଧରିଥିଲା। ଗିରଫ ଯବାନଙ୍କ ଘର ନୟାଗଡାର ଇଟାମାଟି ଅଞ୍ଚଳରେ, ଏବଂ ସେ ଲଦାଖରେ କାର୍ଯ୍ୟରତ ଥିବା କୁହାଯାଇଛି।
ବିଜେବି କଲେଜରେ ପଢୁଥିବା ସମୟରେ ପୀଡ଼ିତା ସହ ସେ ପ୍ରେମ ସମ୍ପର୍କରେ ଥିବା ଅଭିଯୋଗ ରହିଛି। ପରେ ସମ୍ପର୍କ ନିବିଡ଼ ହୋଇଥିବା ସତ୍ତେ ଯବାନଙ୍କ ପକ୍ଷରୁ ପ୍ରତାରଣା ହେବାରୁ ପୀଡ଼ିତା ବଡଗଡ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରି ବିଏନଏସ୍ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି

