Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରେମରେ ପଡି ୫ ମାସର ଶିଶୁପୁତ୍ରର ତଣ୍ଟି ଚିପିଲା ମା’

Posted on November 10, 2025

ତାମିଲନାଡୁର କୃଷ୍ଣଗିରିରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ସମଲିଙ୍ଗୀ ସାଥୀଙ୍କ ସହିତ ମିଶି ନିଜ ୫ ମାସର ଶିଶୁ ପୁତ୍ରକୁ ହତ୍ୟା କରିଛନ୍ତି । ଅପରାଧକୁ ଲୁଚାଇବା ପାଇଁ, ମହିଳା ଜଣକ ତାଙ୍କ ପରିବାରକୁ କହିଥିଲେ ଯେ, ପିଲାଟି ଅସୁସ୍ଥ ଥିବାରୁ ତାର ମୃତ୍ୟୁ ହୋଇଛି । ପରିବାର ଲୋକ ତାଙ୍କ କଥାକୁ ବିଶ୍ୱାସ କଲେ। ହେଲେ କଲ୍ ରେକର୍ଡରୁ ଭୟଙ୍କର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି । ମହିଳାଙ୍କ ସ୍ୱାମୀ ସନ୍ଦେହ କରି ପୁଲିସର ସାହାଯ୍ୟ ଲୋଡିଥିଲେ । ତାଙ୍କ ଅଭିଯୋଗ ଆଧାରରେ ମା’ ତାଙ୍କ ସମଲିଙ୍ଗୀ ସାଥୀ ଗିରଫ ହୋଇଛନ୍ତି ।

ତାମିଲନାଡୁର କୃଷ୍ଣଗିରି ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କର ପତ୍ନୀ ଓ ତାଙ୍କ ସମଲିଙ୍ଗୀ ସାଥୀଙ୍କ ବିରୋଧରେ ୫ ମାସର ଶିଶୁପୁତ୍ରକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଘଟଣାଟି ନଭେମ୍ବର ୨ର । ପ୍ରଥମେ ଘରଲୋକ ବିଶ୍ୱାସ କରୁଥିଲେ ଯେ ଶିଶୁଟିର ସ୍ୱାସ୍ଥ୍ୟ ଭଲ ନଥିବାରୁ ତାର ମୃତ୍ୟୁ ହୋଇଥିଲା । ପିଲାଟି ଖାଉଥିବା ବେଳେ ଚେତାଶୂନ୍ୟ ହୋଇପଡିଥିଲା । ତାକୁ ତୁରନ୍ତ କିଲାମଙ୍ଗଲମ୍ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା । ପୁଲିସ ପୋଷ୍ଟମର୍ଟମ କରିନଥିଲା । ପରେ ଜମିରେ ଶିଶୁଟିକୁ ପୋତି ଦିଆଯାଇଥିଲା । କିନ୍ତୁ, କିଛି ଦିନ ପରେ, ଶିଶୁଟିର ବାପା ପୁଲିସ ସହିତ ଯୋଗାଯୋଗ କରି ଜଣାଇଲେ ଯେ, ତାଙ୍କ ସ୍ତ୍ରୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ଅଛି । ସ୍ତ୍ରୀଙ୍କ ଫୋନରେ କିଛି ଫଟୋ ଏବଂ ଭିଡିଓ ପାଇଛନ୍ତି । ବଳପୂର୍ବକ ଶିଶୁଟିକୁ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ ।

ମହିଳାଙ୍କ ସ୍ୱାମୀ ସୁରେଶ ତାଙ୍କ ଫୋନ୍‌ ଯାଞ୍ଚ କରିଥିଲେ । ଫଟୋ ଓ ଭଏସ୍ ମେସେଜରୁ ତାଙ୍କ ବିରୋଧରେ ପ୍ରମାଣ ପାଇଥିଲେ । ସେମାନେ ପୁଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ । ଏହା ପରେ ପୁଲିସ୍‌ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ବାହାର କରିଥିଲେ । ତଦନ୍ତକେ ଜଣାପଡିଥିଲା କି ଶିଶୁଟିକୁ ଗଳାକାଟି ହତ୍ୟା କରାଯାଇଥିଲା । ଘଟଣାଟି ନଭେମ୍ବର ୨ ତାରିଖରେ ଘଟିଥିଲା । ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ମହିଳାଙ୍କୁ ପଚରାଉଚରା କରାଯାଇଥିଲା, ସେ ଅପରାଧ ସ୍ୱୀକାର କରିଥିଲେ ଏବଂ ପୁଲିସକୁ କହିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କ ଯତ୍ନ ନେଉନଥିଲେ ଏବଂ ସେ ସେମାନଙ୍କ ସନ୍ତାନ ଚାହୁଁ ନଥିଲେ । ତେଣୁ ସେ ଶିଶୁଟିକୁ ହତ୍ୟା କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme