Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରଦୂଷଣ ମଧ୍ୟରେ କୁହୁଡ଼ିର ଆତଙ୍କ, ୧୪୮ ଫ୍ଲାଇଟ୍ ବାତିଲ , ଟ୍ରେନ୍ ବି ବିଳମ୍ୱିତ

Posted on December 31, 2025

ଦିଲ୍ଲୀ-ଏନସିଆରରେ ବୁଧବାର ସକାଳେ ଘନ କୁହୁଡ଼ି ଛାଇ ଯିବାରୁ ଭିଜିବିଲିଟି ଖୁବ୍ କମ୍ ହୋଇଛି। ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପରିଚାଳନା ସମ୍ୱନ୍ଧୀୟ ସମସ୍ୟା କାରଣରୁ ୧୪୮ଟି ବିମାନକୁ ବାତିଲ କରି ଦିଆ ଯାଇଛି, ଯେଉଁଥିରେ ୭୦ ପ୍ରସ୍ଥାନ ଓ ୭୮ ଆଗମନ ସାମିଲ ଅଛି। ଏହା ବ୍ୟତୀତ ଦୁଇଟି ଫ୍ଲାଇଟ୍କୁ ଡାଇଭର୍ଟ କରାଯାଇଛି। ଏହାସହ , କୁହୁଡ଼ି କାରଣରୁ ଟ୍ରେନ୍ ସେବା ପ୍ରଭାବିତ ହୋଇଛି.। ଟ୍ରେନ୍ ବିଳମ୍ୱ ହେବା କାରଣରୁ ଦିଲ୍ଲୀରେ ଷ୍ଟେସନ ଗୁଡ଼ିକରେ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିଛି।

ଏୟାର କ୍ୱାଲିଟି ଅର୍ଲି ୱାର୍ଣ୍ଣିଂ ସିଷ୍ଟମ ୩୧ ଡିସେମ୍ୱର ଓ ୧ ଜାନୁଆରୀରେ ବାୟୁର ଗୁଣବତ୍ତା ଗୁରୁତର ଶ୍ରେଣୀରେ ରହିବାକୁ ଚେତାବନୀ ଦେଇଛି। ଏହି ସ୍ଥିତି ପ୍ରତିକୂଳ ଭେଣ୍ଟିଲେସନ ଇଣ୍ଡେକ୍ସ ଓ ପ୍ରତି ଘଣ୍ଟାରୁ କମ୍ ବାୟୁର ସ୍ପିଡ୍ କାରଣରୁ ହୋଇଛି।

ଆଇଜିଆଇ ଏୟାରପୋର୍ଟରେ ମଙ୍ଗଳବାର ଫ୍ଲାଇଟ୍ ଉପରେ ବଡ଼ ପ୍ରଭାବ ପଡ଼ିଛି। ସୂତ୍ରା ମୁତାବିକ ମୋଟ ୧୪୮ ଉଡ଼ାଣ ବାତିଲ ହୋଇଛି। ଏଥିରେ ୭୦ଟି ଫ୍ଲାଇଟ୍ ଦିଲ୍ଲୀରୁ ଯିବାର ଥିଲା ଏବଂ ୭୮ଟି ଫ୍ଲାଇଟ୍ ଦିଲ୍ଲୀ ପହଞ୍ଚିବାର ଥିଲା । ସକାଳ ୮.୩୦ ସମୟରେ ଏୟାରପୋର୍ଟରେ ସାଧାରଣ ଭିଜିବିଲିଟି ୨୫୦ ମିଟର ରୁଜୁ କରାଯାଇଛି, ଯାହାକି ରନୱେରେ ଭିଜିବିଲିଟି ୬୦୦ରୁ ୧୦୦୦ ମିଟର ମଧ୍ୟରେ ରହିଛି। ଏହି ଖରାପ ଭିଜିବିଲିଟି କାରଣରୁ ଯାତ୍ରୀଙ୍କୁ ଖୁବ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଏନସିଆରର ନିବାସୀ ଘନ କୁହୁଡ଼ି ଓ ବିପଜ୍ଜନକ ବାୟୁର ଗୁଣବତ୍ତା ଦେଇ ଗତି କରୁଛନ୍ତି। ପାଣିପାଗ ବିଭାଗ ଦିଲ୍ଲୀ ପାଇଁ ୟେଲୋ ଆଲର୍ଟ ଜାରି କରିଛି, କାରଣ କୁହୁଡ଼ି ଗତ ଦିନର ତୁଳନାରେ ଅଧିକ ଘନ ଥିଲା। ବାୟୁର ଗତି ଧୀମା ହେବା ଓ ଭେଣ୍ଟିଲେସନ ଇଣ୍ଡେକ୍ସର ୬୦୦୦ ବର୍ଗ ମିଟର ପ୍ରତି ସେକେଣ୍ଡରୁ ତଳେ ରହିବା କାରଣରୁ ଆଗାମୀ ଛଅ ଦିନ ଯାଏ ବାୟୁ ଗୁଣବତ୍ତା ବହୁତ ଖରାପ ଶ୍ରେଣୀରେ ରହିବାର ଆଶଙ୍କା ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme