Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରଦୂଷଣରେ ଘାଇଲା ଦିଲ୍ଲୀ , ୫୦% କର୍ମଚାରୀରେ ଚାଲିବ ଅଫିସ

Posted on November 25, 2025

ପ୍ରଦୂଷଣରେ ଘାଇଲା ଦିଲ୍ଲୀ । ଗୁରୁତର ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀର ସମସ୍ତ ଅଫିସ ଏଣିକି ୫୦% କର୍ମଚାରୀଙ୍କୁ ନେଇ କାମ କରିବେ । ଅନ୍ୟ କର୍ମଚାରୀମାନେ ୱାର୍କ ଫ୍ରମ ହୋମ କରିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରଦୂଷଣ ସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀରେ ଏବେ ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ ବା ଗ୍ରାପ-୩ ଲାଗୁ ହୋଇଛି । ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଗାଡ଼ି ମୋଟରରୁ ନିର୍ଗତ ଧୂଆଁ କମାଇବା ଏବଂ ବିଷାକ୍ତ ବାୟୁ ସଂସ୍ପର୍ଶରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା । ପରିବେଶ ସୁରକ୍ଷା ଅଧିନିୟମ, ୧୯୮୬ ଅଧୀନରେ ପରିବେଶ ଓ ଜଙ୍ଗଲ ବିଭାଗ ଦ୍ୱାରା ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ନିକଟରେ ‘କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ’ ଦ୍ୱାରା ନିୟମରେ କିଛି ପରିବର୍ତ୍ତନ କରାଯାଇଥିଲା । ଫଳରେ ଷ୍ଟେଜ୍-୪ର କଡ଼ା ନିୟମରେ ୫୦% କର୍ମଚାରୀ ସୀମାକୁ ବର୍ତ୍ତମାନ ଷ୍ଟେଜ୍-୩ରେ ହିଁ ଲାଗୁ କରାଯାଇଛି । ନଭେମ୍ବର ୨୨ରେ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ AQI ୩୬୪ ଅତି ଖରାପ ରହିଥିଲା । ପବନର ବେଗ କମିବା, ଫସଲ ଅବଶେଷ ଜଳାଯିବା ଏବଂ ଶୀତକାଳୀନ ନିର୍ଗମନ ଯୋଗୁଁ ଆନନ୍ଦ ବିହାର ଆଦି ସ୍ଥାନରେ ଏହା ୪୦୦ ଅତିକ୍ରମ କରି ‘ଗୁରୁତର’ ସ୍ତରରେ ପହଞ୍ଚିଥିଲା । ତେବେ ଅତ୍ୟାବଶ୍ୟକ ସେବା ଡାକ୍ତରଖାନା, ଅଗ୍ନିଶମ ବିଭାଗ, ସାଧାରଣ ପରିବହନ, ଜଳ ଓ ବିଦ୍ୟୁତ୍ ଯୋଗାଣ, ସଫେଇ, ଜେଲ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥାଗୁଡ଼ିକୁ କଟକଣାରୁ ବାଦ୍ ଦିଆଯାଇଛି । ଏହା ସହିତ ଟ୍ରାଫିକ୍ ଭିଡ଼ କମାଇବା ପାଇଁ ସରକାର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଏବଂ ଅନ୍ୟାନ୍ୟ ବିଭାଗଗୁଡ଼ିକର ଅଫିସ ସମୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଏହା ଫେବ୍ରୁଆରୀ ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ସୁପ୍ରିମକୋର୍ଟ ମଧ୍ୟ କେବଳ ଋତୁକାଳୀନ GRAP ଉପରେ ନିର୍ଭର ନକରି ପ୍ରଦୂଷଣର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme