Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୋଲ ନିକଟରୁ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ସାଇଣ୍ଟିଫିକ ଟିମ୍

Posted on December 25, 2025

ପୋଲ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଭଦ୍ରାସାହି ନିକଟରେ ଘଟିଛି ଦୁର୍ଘଟଣା । ମୃତକ ଜଣଙ୍କ ଜଣେ ଟ୍ରକ୍ ଡ୍ରାଇଭର ହୋଇଥିବା ବେଳେ ତାଙ୍କ ନାଁ ଇନ୍ଦ୍ରଦେବ ଯାଦବ ବୋଲି ଜଣାପଡିଛି । ମୃତକଙ୍କ ପକେଟରୁ ମିଳିଥିବା ଡ୍ରାଇଭିଂ ଲାଇସେନ୍ସ ଅନୁସାରେ ତାଙ୍କ ନିଜ ଘର ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ।

ସୂଚନା ମୁତାବକ, ପ୍ରଥମେ ସ୍ଥାନୀୟ ଲୋକେ ପୋଲ ନିକଟ ପଡ଼ିଆ ନିକଟରେ ଏହି ଅଜଣା ବ୍ୟକ୍ତିଙ୍କ ମୃତଦେହଟି ପଡ଼ିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ବଡ଼ବିଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ମୃତ ଶରୀରରୁ ଦୁର୍ଗନ୍ଧ ବାହାରୁଥିବାରୁ କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ତାଙ୍କୁ ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ଆଉ କିଛି କାରଣ ଅଛି ସେନେଇ ପୁଲିସ ତଦନ୍ତ କରୁଛି । ମୃତକଙ୍କ ପରିବାର ସହ ଯୋଗାଯୋଗ ପାଇଁ ମଧ୍ୟ ପୁଲିସ ଚେଷ୍ଟା ଚଳାଇଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme