Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୋଲିସ ଗାଡ଼ି ସହ ମୁହାଁମୁହିଁ ଧକ୍କା ହେଲା ବାଇକ୍, ଚାଲିଗଲା ୩ ଜୀବନ

Posted on November 12, 2025

ତାମିଲନାଡୁର ଶିବଗଙ୍ଗାରେ ଭୟଙ୍କର ସଡ଼କ ଦୁର୍ଘଟଣାର ଘଟିଛି । ଏହି ଦୁର୍ଘଟଣାରେ ଶିକାର ହୋଇ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ପୋଲିସ ଗାଡ଼ି ସହ ଧକ୍କା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ଏସପି ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ, ପରିବାର ସଦସ୍ୟମାନେ ଅନଞ୍ଜିୟୁରରୁ ଜଣେ ସମ୍ପର୍କୀୟଙ୍କୁ ଆଣି ଗାଁକୁ ଫେରୁଥିବା ସମୟରେ ଦ୍ରୁତଗାମୀ ପୋଲିସ ଗାଡ଼ି ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସା ପାଇଁ ଆହତଙ୍କୁ ହସ୍ପିଟାଲକୁ ନେଇ ଯାଉଥିବାବେଳେ ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କର ବାଟରେ ପ୍ରାଣ ଚାଲିଯାଇଥିଲା । କିନ୍ତୁ ତାଙ୍କ ସମ୍ପର୍କୀୟ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଥିବା ସୂଚନା ମିଳୁଛି । ମୃତକ ଏବଂ ଆହତଙ୍କ ପରିଚୟ ଚିହ୍ନଟ ହୋଇଛି ।

ଅନ୍ୟପଟେ ପୋଲିସ ଟ୍ରାଫିକ୍ ନିୟମ ଠିକ୍ ଭାବେ ପାଳନ କରିନଥିବାରୁ ଦୁର୍ଘଟଣା ଘଟିଛି । ଏହି କାରଣରୁ ଗୋଟିଏ ପରିବାରର ସଦସ୍ୟଙ୍କ ଜୀବନହାନି ଘଟିଛି । ଏହି ଦୁର୍ଘଟଣା ପାଇଁ ପୋଲିସ କୁ ଦାୟୀ କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme