
ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ CBI ତଦନ୍ତ ଆରମ୍ଭ କରିବାକୁ ଯୋଜନା କରିଛି। ଏହି ମାମଲାରେ ଆନ୍ତଃରାଜ୍ୟ ଲିଙ୍କ ଥିବାରୁ ସରକାର CBI କୁ ତଦନ୍ତ ଦାୟିତ୍ୱ ଦେଇଛି।
କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, “CBI ଅଧିକାରୀମାନେ ଆସିଲେ, ଆମେ ସେମାନଙ୍କୁ କେସ ରେକର୍ଡ ହସ୍ତାନ୍ତର କରିବା। ଯେତେବେଳେ ତଥ୍ୟ ମିଳିବ, ତାହା ସାମ୍ନାକୁ ଆଣିବା।”
ଏହି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ଏପର୍ଯ୍ୟନ୍ତ ଧରାପଡିନି। ଅନ୍ୟପଟେ, ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର ଜେଲରୁ ଗତକାଲି ଜାମିନରେ ମୁକୁଳିଛନ୍ତି।

