
ଜୀବନ ନେଲା ପୋଲିଓ ଟୀକା ! ପୋଲିଓ ଟୀକା ନେଇ ଜଣେ ୩ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନନ୍ଦପାଟଣା ଗ୍ରାମରେ ଏଭଳି ଘଟଣା ଘଟିଛି। ଏନେଇ ଶିଶୁକନ୍ୟାର ପରିବାର ଲୋକେ ନାୟକାଣୀଡ଼ିହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ନନ୍ଦପାଟଣା ଗ୍ରାମର ରାଜାରାମ ଜାନାଙ୍କ ୩ ମାସର ଶିଶୁକନ୍ୟା ସୋମବାର ଦିନ ୧୧ଟା ବେଳେ ନନ୍ଦପାଟଣା ଅଙ୍ଗନବାଡି କେନ୍ଦ୍ରରେ ପୋଲିଓ ଟୀକା ନେଇଥିଲେ। ସନ୍ଧ୍ୟାରେ ଶିଶୁକନ୍ୟାକୁ ଜ୍ଵର ଆସିବାରୁ ଶୋଇ ପଡ଼ିଥିଲା। ସକାଳେ ଶିଶୁକନ୍ୟାର ନିଶ୍ଵାସ ଚାଲୁନଥିବା ଦେଖି ପରିବାର ଲୋକେ ତୁରନ୍ତ ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଶିଶୁକନ୍ୟାର ପରିବାର ଲୋକେ ଏନେଇ ନାୟକାଣୀଡ଼ିହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

