
ବୈପାରିଗୁଡା: ବୈପାରିଗୁଡା ବ୍ଲକର ବୋଦାପୁଟ ପଞ୍ଚାୟତର ପାଣ୍ଡ୍ରିଗୁଡା ଗ୍ରାମର ଲଇଛନ ଡିଶାରୀଙ୍କ ୧୨ ବର୍ଷର ପୁଅ ଅଶୋକ ଯିଏକି ୪ର୍ଥ ଶ୍ରେଣୀରେ ଛାତ୍ର। ଆଜି ସକାଳୁ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ବାହାରିଥିଲେ। ବହୁତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ କାଳେ ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରି ଗାଁର କିଛି ଯୁବକ ପୋଖରୀ ଭିତରେ ଖୋଜାଖୋଜି କରିଥିଲେ। ପୋଖରୀରେ ବୁଡି ରହିଥିବା ଅବସ୍ଥାରେ ଅଶୋକ କୁ ଉଦ୍ଧାର କରି ବୈପାରିଗୁଡା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋଟିଏ ବୋଲି ପୁଅର ମୃତ୍ୟୁକୁ ନେଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ଅଶୋକର ମୃତ୍ୟୁର ଖବର ପାଣ୍ଡ୍ରିଗୁଡା ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବାସହ କାନ୍ଦ ବୋବାଳି ରେ ଗାଁ ଫାଟି ପଡ଼ିଛି।
