
ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ମେରାମଣ୍ଡଳୀ ଗାଁ ନିକଟରୁ ଜଣେ ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଶ୍ରମିକ ଜଣକ ଅଶ୍ରୁଧିନ ଅଂଶରୀ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।
ସୂଚନା ମୁତାବକ, ଶ୍ରମିକ ଜଣକ ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ହରସିଚନ୍ଦ୍ରପୁର ଥାନା ବିଷ୍ଣାପୁରୱାରି ଗାଁରେ ରୁହନ୍ତି । ସେ ରୁଙ୍ଗଟା ପ୍ଲାଣ୍ଟର ଏସପିଡ଼ି ଠିକାସଂସ୍ଥାର ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ରବିବାର ସନ୍ଧ୍ୟାରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ । ସୋମବାର ସକାଳେ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବାଲିମି ପୁଲିସ ପହଞ୍ଚିଛି । ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ପୁଲିସ।

