
ଦୁର୍ଘଟଣା ନେଲା ୩ ଜୀବନ । ପୃଥକ ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡା ଜିଲ୍ଲାରେ ଦୁଇଟି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୁନିଗୁଡା ଥାନା ବୁରୁଜୁଗୁଡ଼ା ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାଙ୍କିଲି ଗାଁର ଅର୍ଜୁନ ସିକୋକା । ଅନ୍ୟ ଜଣକ ପରିଚୟ ମିଳିନାହିଁ । ସେପଟେ ଟିକିରି ଗାଁ ନିକଟରେ କୋଇଲା ବୋଝେଇ ଟ୍ରକ ସହ ଧକ୍କା ହେଲା ବାଇକ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ । ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ଫଳରେ ଟିକିର-ରାୟଗଡାକୁ ଗମନାଗମନ ବନ୍ଦ ରହିଛି ।

