
ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଶଂଖାମାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବୌଦ୍ଧ ପୁଲିସ ଗାଡି ଧକ୍କାରେ ୨ ଜଣ ଗୁରୁତର ଆହତ। ଉଭୟ ଗୁରୁତରଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ଉପଖଣ୍ଡର କିଆକଟା ଥାନା ଅନ୍ତର୍ଗତ ଶଂଖାମାଳ ଗ୍ରାମର ପପୁନ ସାହୁ ଓ ଅନ୍ତର୍ଯ୍ୟାମୀ ନାୟକ ବୋଲି ଜଣାପଡିଛି।
ସୂଚନା ମୁତାବକ, ବୌଦ୍ଧ ପୁଲିସ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସନ୍ଦେହ କରି ଏକ ସ୍ଵିପ୍ଟ କାରକୁ ପିଛା କରି ଆଠମଲ୍ଲିକ ଅଞ୍ଚଳକୁ ଯାଇଥିଲା। ପିଛା କରିବା ସମୟରେ ବୌଦ୍ଧ ପୁଲିସ ଶଂଖାମାଳ ନିକଟରେ ଦୁର୍ଘଟଣା ଘଟାଇଥିଲା।ତେବେ ଗଞ୍ଜେଇ ଚାଲାଣ ସନ୍ଦେହ କରାଯାଉଥିବା କାରଟି ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଛି। କିଆକଟା ପୁଲିସ ବୌଦ୍ଧ ଥାନାର ଗାଡ଼ି ଓ ଚାଳକକୁ କିଆକଟା ଥାନାରେ ଅଟକ ରଖିଛି। ସେହିପରି ଦୁର୍ଘଟଣା ଗ୍ରସ୍ତ ହୋଇଥିବା କାରର ଚାଲକ ଫେରାର ହୋଇଥିବାବେଳେ କାରରେ ବସିଥିବା ଅନ୍ୟଜଣେ ବ୍ୟକ୍ତିଙ୍କୁ ଗ୍ରାମବାସୀ ଅଟକ ରଖି କିଆକଟା ପୁଲିସକୁ ଜିମା ଦେଇଛନ୍ତି। ପୁଲିସ ଗାଡି ଦୁର୍ଘଟଣାର ପ୍ରତିବାଦରେ ଉତ୍ୟକ୍ତ ଜନତା ୪ ଘଣ୍ଟା ଧରି ଶଂଖାମାଳଠାରେ ରାସ୍ତା ରୋକ କରିଥିବା ଜଣାପଡିଛି। ତେବେ ପୁଲିସକୁ ଦେଖି କାର ଚାଳକ କାହିଁକି କ୍ଷୀପ୍ର ଗତିରେ ପଲାଉଥିଲା ଏବଂ ଯଦି କାରରେ ଗଞ୍ଜେଇ ଥିଲା ଗଞ୍ଜେଇ କୁଆଡେ ଗଲା ସେ ସମ୍ପର୍କରେ ଜାରି ରହିଛି ଅଧିକ ତଦନ୍ତ। ସୋରିଷର ଉପ
