
ପୁଲିସକୁ ବଡ଼ ସଫଳତା। ଚାଲାଣ ପାଇଁ ଥିବା ୫୫ ଦାଦନ ଶ୍ରମିକ ଉଦ୍ଧାର। ରାତି ଅଧିଆ ଚଢାଉ କରି ବଲାଙ୍ଗୀର ସ୍ୱତନ୍ତ୍ର ପୁଲିସ ସେମନଙ୍କୁ କଣ୍ଟାବାଞ୍ଜିରୁ ଉଦ୍ଧାର କରିଛି। ସମସ୍ତ ଶ୍ରମିକ ବଲାଙ୍ଗୀର ଜିଲ୍ଲା ଏବଂ ଅନ୍ୟ ଜିଲ୍ଲାର ଥିବା ଜଣାପଡ଼ିଛି।
ସୂଚନା ମୁତାବକ,୫୫ ଜଣ ଦାଦନ ଶ୍ରମିକଙ୍କୁ କଣ୍ଟାବାଞ୍ଜିର ଧୂବାପଡାରେ ଥିବା ଏକ ଦାଦନ ସର୍ଦ୍ଦାରଙ୍କ ଘରୁ ବଲାଙ୍ଗୀରର ସ୍ୱତନ୍ତ୍ର ପୁଲିସ ଟିମ ଚଢାଉ କରି ଉଦ୍ଧାର କରିଛି। ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗୀର ଏସପି କୌଣସି ସୂତ୍ରରୁ ଖବର ପାଇ ଅତିରିକ୍ତ ଏସପି ସମେତ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରି ଚଢାଉ କରିଥିଲେ। ସମସ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଥାନାକୁ ପଠାଯାଇଛି।ତେବେ ଏହି ଦାଦନ ଶ୍ରମିକଙ୍କ ମଧ୍ୟରେ ୨୫ ପୁରୁଷ,୧୬ ମହିଳା,୧୪ ଜଣ ଛୋଟ ଛୁଆ ରହିଥିବା ଜଣାପଡ଼ିଛି। ସେପଟେ ଦାଦନ ସର୍ଦ୍ଦାର ଅର୍ଜୁନଙ୍କ ପୁଅ ପ୍ରକାଶ ଫେରାର ରହିଥିବାବେଳେ ଘରେ ପୁଲିସ ତଦନ୍ତ କରୁଛି।
