
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଫୁ’ । ସୁରକ୍ଷାକର୍ମୀଙ୍କୁ ବାରମ୍ବାର ଚ୍ୟାଲେଞ୍ଜ ଦେଉଛନ୍ତି ଅମାନିଆ । ମନ୍ଦିର ଭିତରେ ପୁଣି ପଶିଲା ମୋବାଇଲ ଫୋନ୍। ଆନନ୍ଦ ବଜାରରେ ଜଣେ ବ୍ୟକ୍ତି ଫୋନ୍ରେକଥା ହେଉଥିବା ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି କଥା ହେଉଥିବା ଭିଡିଓ ଭାଇରାଲ ହେଉଛି। କିଏ କେମିତି କେଉଁ ପରିସ୍ଥିତିରେ ମୋବାଇଲ ନେଇ ଭିତରକୁ ପଶିଲା। ଏଥିପ୍ରତି ସୁରକ୍ଷା ଦ୍ବାୟିତ୍ବ ଥିବା ଅଧିକାରୀମାନେ କାହିଁକି ଦୃଷ୍ଟି ଦେଲେନି। ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ।
