Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁଣି ଦିଲ୍ଲୀର ୨ଟି ୟୁନିଭର୍ସିଟିକୁ ବୋମା ଧମକ

Posted on December 3, 2025

ପୁଣି ଦିଲ୍ଲୀର ୨ଟି ୟୁନିଭର୍ସିଟିକୁ ବୋମା ଧମକ ମିଳିଛି । ଦିଲ୍ଲୀର ଏହି ୨ଟି ରାମଜସ କଲେଜ ଏବଂ ଦେଶ ବନ୍ଧୁ କଲେଜକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଯାହା ଇ-ମେଲ୍ ଦ୍ବାରା ମିଳିଥିବା ସୂଚନା ରହିଛି । ସୂଚନା ପାଇ ବମ୍ ସ୍କ୍ବାର୍ଡ ଏବଂ ଦିଲ୍ଲୀର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସନ୍ଦିଗ୍ଧଙ୍କ ସୂଚନା ମିଳିନାହିଁ ।

ସୂଚନାନୁଯାୟୀ, ବୋମା ଧମକ ମିଳିବା ପରେ ଦିଲ୍ଲୀର ୨ଟି କଲେଜରେ ବମ୍ ସ୍କ୍ବାର୍ଡ ଏବଂ ଦିଲ୍ଲୀ ପୋଲିସ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି । ଏହି ଘଟଣାକୁ ରୋକିବା ପାଇଁ ସୁରକ୍ଷା ପ୍ରୋଟୋକଲ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ତୁରନ୍ତ ନିଆଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସେମିତି କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ପରିସ୍ଥିତି ଉପରେ ନଜର ରଖିବା ସହିତ ଏହି ଧମକର ସତ୍ୟତାକୁ ଯାଞ୍ଚ କରୁଛି ପୋଲିସ ।

ଆପଣଙ୍କୁ ଜଣାଇ ରଖୁଛୁ ଯେ ଏପରି ଧମକ ମିଳିବା ପ୍ରଥମ ଥର ନୁହେଁ ପୂର୍ବରୁ ଦିଲ୍ଲୀ ସ୍କୁଲକୁ ଧମକ ମିଳିଥିଲା । କିଛି ଦିନ ପୂର୍ବରୁ ମୁମ୍ବାଇ ଏୟାରପୋର୍ଟର ଇଣ୍ଡିଗୋ ବିମାନକୁ ମଧ୍ୟ ଧମକ ମିଳିଥିଲା । ଯାହାଫଳରେ ବିମାନଟି ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme