Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁଣି ଗଡ଼ିବ ଶିଶୁ ରେଳଗାଡ଼ି, ସବୁ ଯନ୍ତ୍ରାଂଶ ବଦଳାଇ କରାଗଲା ନବୀକରଣ

Posted on December 8, 2025

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ଜାନୁଆରୀ ମାସରୁ ଶିଶୁ ରେଳଗାଡ଼ି ଚଳାଚଳ ବନ୍ଦ ଥିଲା । ଜାନୁୟାରୀ ୧୯ ତାରିଖ ଅପରାହ୍ଣରେ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ଅଧା ରାସ୍ତାରେ ଟ୍ରେନ ଲାଇନ୍‌ଚ୍ୟୁତ୍  ହୋଇଥିଲା । ସେବେଠାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷ ଶିଶୁ ରେଳଗାଡ଼ି ଚଳାଇବା ବନ୍ଦ ରଖିଥିଲେ । ଇତିମଧ୍ୟରେ ରେଳଗାଡ଼ିର ସବୁ ଯନ୍ତ୍ରାଂଶ ବଦଳାଯାଇ ନବୀକରଣ କରାଯାଇଛି । ଏବେ ତାହା ଗଡ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆଗକୁ ନନ୍ଦନକାନନ ପ୍ରତିଷ୍ଠା ଦିବସ ଥିବାରୁ ଖୁବ୍‌ଶୀଘ୍ର ଶିଶୁ ରେଳଗାଡ଼ି ଚାଲିବ ବୋଲି ଜଣାପଡିଛି ।

୧୯୭୧ ଅଗଷ୍ଟରେ ପ୍ରଥମ କରି ନନ୍ଦନକାନନରେ ଶିଶୁ ରେଳଗାଡି ଗଡ଼ିଥିଲା । ୨୦୦୬ ପର୍ଯ୍ୟନ୍ତ ନନ୍ଦନକାନନ କର୍ତ୍ତୃପକ୍ଷ ନିଜେ ଏହାକୁ ପରିଚାଳନା କରୁଥିଲେ । ଡିଜେଲ ଇଞ୍ଜିନ ଥିବାରୁ ବିଭିନ୍ନ ସମୟରେ ଯାନ୍ତ୍ରିକ ତୃଟି ଯୋଗୁ ଦୁଇ ବର୍ଷ ୨୦୦୮ ପର୍ଯ୍ୟନ୍ତ ତାହା ବନ୍ଦ କରାଯାଇଥିଲା । ପରେ ଇଞ୍ଜିନ୍ ଠିକ୍ କରି ଟେଣ୍ଡର ମାଧ୍ୟମରେ ୨୦୦୮ରୁ ଜଣେ ଠିକାଦାରଙ୍କ ଦ୍ୱାରା ଏହା ପରିଚାଳିତ ହେଲା । କିନ୍ତୁ ବେଶିଦିନ ଚାଲିପାରିଲାନି । ୨୦୧୪ରେ ବନ୍ଦ ହୋଇଗଲା । ଦୁଇ ବର୍ଷ ପରେ ପୁଣି ନନ୍ଦନକାନନ କର୍ତ୍ତୃପକ୍ଷ ନୂତନ ଜ୍ଞାନ କୌଶଳରେ ପ୍ରଦୂଷଣ ମୁକ୍ତ ଶିଶୁ ରେଳଗାଡି ଚଳାଇବାକୁ ନିଷ୍ପତ୍ତି ନେଲେ । ୨୦୧୬ ଅକ୍ଟୋବର ୨୦ରୁ ୨୦୨୦ ଡିସେମ୍ବର ମଧ୍ୟରେ ଆରଆଇଟିଇଏସ୍ ଲିମିଟେଡ ଏମ୍ସିଏଲ୍ ସିଏସ୍ଆର ପାଣ୍ଠି ଦ୍ୱାରା ୩୦୫ ଲକ୍ଷ ଟଙ୍କା ବ୍ୟୟରେ ରେଳ ଲାଇନ ଓ ପ୍ଲାଟଫର୍ମର ନବୀକରଣ ହୋଇଥିଲା । ପରେ ଏହା ୪୯୮.୬୩ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଥିଲା । ଆମ୍ୟୁଜମେଣ୍ଟ ରାଇଟ୍ସ ଏବଂ ଫୟୁମ ୱାର୍ଲ୍ଡ ପାଟପରାଙ୍ଗ ଇଣ୍ଡଷ୍ଟ୍ରିକାଲ ଏରିଆ, ନୂଆଦିଲ୍ଲୀ ଦ୍ୱାରା ୮୧ ଲକ୍ଷ ୮୭ ହଜାର ୫୨୦ ଟଙ୍କାରେ ବ୍ୟାଟେରୀ ଚାଳିତ ଶିଶୁ ରେଳଗାଡି ନିର୍ମାଣ ହୋଇଥିଲା । ୨୦୨୧ ଅକ୍ଟୋବର ୮ରେ ଜଙ୍ଗଲ ମନ୍ତ୍ରୀ ଶିଶୁ ରେଳଗାଡ଼ି ଲୋକାର୍ପଣ କରିଥିଲେ । ତେବେ ରେଳ ଗାଡ଼ିଟି କମ୍ ସମୟ ଚାଲି ଅଧିକ ସମୟ ଖରାପ ହେଉଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme