Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁଣି ଅଣନିଶ୍ବାସୀ ଦିଲ୍ଲୀ, ବାୟୁ ମାନ ‘ଅତି ଖରାପ’ ଶ୍ରେଣୀରେ

Posted on December 7, 2025

ଶନିବାର ଦିଲ୍ଲୀକୁ ଘନ କୁହୁଡ଼ି ଆଚ୍ଛାଦିତ କରି ରଖିଛି। ଦିଲ୍ଲୀରେ ଏକ୍ୟୁଆଇ ଅତି ଖରାପ ଶ୍ରେଣୀରେ ରହିଛି ଯାହା ଗତକାଲି ତୁଳନାରେ ଅଧିକ। ଖରାପ ବାୟୁ ମାନ ସାଙ୍ଗକୁ ଦିଲ୍ଲୀରେ ପ୍ରବଳ ଶୀତ ଲହରୀ ଜାରି ରହିଥିବାରୁ ଦିଲ୍ଲୀ ବାସିନ୍ଦାଙ୍କ ସଙ୍କଟ ବଢ଼ି ଯାଇଛି। ଆଇଏମ୍‌ଡି ଶୁକ୍ରବାର ସୂଚନା ଦେଇଛନ୍ତି ଯେ ଡିସେମ୍ବର ୫ ତାରିଖ ତଥା ଶୁକ୍ରବାର ହେଉଛି ଦିଲ୍ଲୀରେ ଚଳିତ ବର୍ଷର ସବୁଠାରୁ ଶୀତ ଡିସେମ୍ବର। ଦିଲ୍ଲୀରେ ଶୁକ୍ରବାର ପାରଦ ୫.୬ ଡିଗ୍ରି ସେଲସିୟସ ଥିଲା। ସିପିସିବି ତଥ୍ୟ ଅନୁଯାୟୀ ଦିଲ୍ଲୀର ୩୯ ମନିଟରିଂ ଷ୍ଟେସନ୍‌ ମଧ୍ୟରୁ ୩୫ଟି ଷ୍ଟେସନ୍‌ର ରିଡିଂ ଦର୍ଶାଉଛି ଯେ ବାୟୁର ମାନ ଅତି ଖରାପ ଶ୍ରେଣୀରେ ରହିଛି। ଅନ୍ୟ ୪ଟି ମନିଟରିଂ ଷ୍ଟେସନ୍‌ରେ ମଧ୍ୟ ବ‌ାୟୁର ମାନ ଖରାପ ରହିଛି।

ଆରକେ ପୁରମରେ ବାୟୁର ମାନ ୩୬୪ ଥିବାବେଳେ ପଞ୍ଜାବୀ ବାଗ୍‌ରେ ୩୪୮, ଚାନ୍ଦିନୀ ଚୌକ୍‌ରେ ୩୪୮, ରୋହିଣୀରେ ୩୭୪, ବିବେକବିହାରରେ ୩୦୯, ବାୱନାରେ ୩୭୫, ସିରି ଫୋର୍ଟରେ ୩୪୨, ୱାଜିରପୁରରେ ୩୫୯, ଆନନ୍ଦବିହାରରେ ୩୬୬, ଅଶୋକ ବିହାରରେ ୩୪୮ ଏବଂ ସୋନିଆବିହାରରେ ଏକ୍ୟୁଆଇ ୩୫୨ ରହିଛି। ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହ‌ରେ ଦିଲ୍ଳୀରେ ବାୟୁର ମାନ ଅସ୍ଥିର ରହିଛି। ସହରରେ ରବିବାର ଏକ୍ୟୁଆଇ ୨୭୯ ଥିବାବେଳେ ସୋମବାର ଏହା ବୃଦ୍ଧି ପାଇ ୩୦୪ରେ ପହଞ୍ଚିଥିଲା। ସେହିପରି ମଙ୍ଗଳବାର ଦିଲ୍ଲୀରେ ଏକ୍ୟୁଆଇ ୩୭୨ ରହିଥିଲା ଯାହା କି ଅତି ‘ଗମ୍ଭୀର’ଶ୍ରେଣୀର ନିକଟତର। ବୁଧବାର ବାୟୁର ମାନରେ ସାମାନ୍ୟ ସୁଦ୍ଧାର ଆସି ୩୪୨ ହେଇଥିଲା। ଗୁରୁବାର ଏକ୍ୟୁଆଇ ୩୦୪ ଥିବାବେଳେ ଶୁକ୍ରବାର ଏହା ୩୨୭ ଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme